www.samajalive.in
Sunday, December 14, 2025
19.1 C
Bhubaneswar

ଗଞ୍ଜାମ ସହରର ପାନୀୟ ଜଳ ଓ ଜେଏମଏଫସି କୋର୍ଟ ପ୍ରତିଷ୍ଠା ନେଇ ବିଧାନସଭାରେ ପ୍ରଶ୍ନ ରଖିଲେ ଛତ୍ରପୁର ବିଧାୟକ

ଗଞ୍ଜାମ: ଗଞ୍ଜାମ ସହରରେ ଜେଏମ୍ଏଫସି କୋର୍ଟ ପ୍ରତିଷ୍ଠା ଓ ସହରାଞ୍ଚଳରେ ପାନୀୟ ଜଳ ସମସ୍ୟା ନେଇ ଚଳିତ ବିଧାନସଭାରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ପ୍ରଶ୍ନ କରବା ପରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଗଞ୍ଜାମ ସହରରେ ୨୦୧୯ ମସିହାରେ ଅନୁଷ୍ଠିତ ହିଇଥିବା ଏକ ଉଚ୍ଚସ୍ତରୀୟ କମିଟି ବୈଠକରେ ଏକ ସିଭିଲ ଜଜ୍‌ ଜୁନିୟର ଡିଭିଜନ ଅଦାଲତ(ଜେଏମଏଫସି) ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଉକ୍ତ କୋର୍ଟ ପାଇଁ ଆବଶ୍ୟକୀୟ ପଦଗୁଡିକ ସୃଷ୍ଟି କରିବାପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି। ଆବଶ୍ୟକୀୟ ପଦ ପଦବୀ ଏବଂ ଭିତ୍ତିଭୂମିର ବ୍ୟବସ୍ଥା କରାଯିବା ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହାକୁ କାର୍ୟ୍ୟକାରୀ କରାଇବେ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ରଖିଥିଲେ। ସେହିପରି ଗଞ୍ଜାମ ସହରାଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଜନ ସ୍ବାସ୍ଥ୍ୟ ଖଣ୍ଡ ଭଞ୍ଜନଗର ଅଧିନସ୍ଥ ଗଞ୍ଜାମ ସହରରେ ଦୁଇଟି ପ୍ରକଳ୍ପ ଚାଲୁ ରହିଛି। ବସୁଧା ଯୋଜନାରେ ଦାମୋଦରପୁର ଗ୍ରାମରେ ୨୬.୮୪ ଲକ୍ଷ ଏବଂ ପୋତାଗଡ଼ ଜୟଶ୍ରୀ କେମିକାଲ ଏରିଆରେ ୪୧.୪୨ ଲକ୍ଷ ବ୍ୟୟ ଅଟକଳରେ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବା ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଶ୍ରୀ ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ। ଏହି ଦୁଇଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସହରରେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିବା ବୋଲି ମନ୍ତ୍ରୀ କହିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories