ବୌଦ୍ଧ : ବୌଦ୍ଧ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’ ପକ୍ଷରୁ ‘ଅମୂଲ୍ୟ ଆହାର’ ଯୋଜନା ମାଧ୍ୟମରେ ରବିବାର ସଂନ୍ଧ୍ୟାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ନିକଟ ସଂପର୍କିୟଙ୍କୁ ଓ ଅସହାୟ ମାନଙ୍କୁ ଖାଦ୍ୟ ବଂଟନ କରାଯାଇଛି । ଦୁଇବର୍ଷ ହେଲା ଅସହାୟ ଓ ନିରାଶ୍ରୟଙ୍କୁ କ୍ରମାଗତ ଖାଦ୍ୟ ବଂଟନ କରୁଥିବା ବେଳେ ଗତମାସରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ନିକଟ ସଂପର୍କିୟଙ୍କୁ ପ୍ରତି ରବିବାର ସଂନ୍ଧ୍ୟାରେ ରନ୍ଧା ଖାଦ୍ୟ ବଂଟନ କରାଯାଉଅଛି । ଆବାହକ ସମ୍ପଦ କୁମାର ଅଗ୍ରୱାଲାଙ୍କ ତତ୍ୱାବଧାନରେ ମିଥୁନ କୁମାର ସାହୁ, ଇମତିୟାଜ ଖାଁ, ଉମେଶ ପାତ୍ର, ଦୀପକ କୁମାର ଅଦର, ନାରାୟଣ ପ୍ରସାଦ ଅଗ୍ରୱାଲା, ଶ୍ରୀମତୀ ରଶ୍ମୀ ସାହୁ ଓ ଶ୍ରୀମତୀ ରଞ୍ଜିତା ମିଶ୍ର ପ୍ରମୁଖ ରନ୍ଧା ଖାଦ୍ୟ ବଂଟନରେ ସହଯୋଗ କରିଥିଲେ ।



