www.samajalive.in
Saturday, December 6, 2025
14.1 C
Bhubaneswar

ଭାଗବତ ପାରାୟଣ ଉଦଯାପିତ

ସୁଆଣ୍ଡୋ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କୂଳଦେବତା ଶ୍ରୀ ରାଧାବିନୋଦ ବିହାରୀ ଦେବ ଠାକୁରଙ୍କ ନିକଟରେ ସାତଦିନ ଧରି ଚାଲିଥିବା ଭାଗବତ ପାରାୟଣ ମହାଯଜ୍ଞ ବୁଦ୍ଧ ପୂର୍ଣ୍ଣିମା ଦିନ ଉଦଯାପିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ଶିଶୁପାଳଗଡ଼ ଗୋପୀନାଥ ମନ୍ଦିରର ବାବାଜୀ ଫାଲଗୁନୀ ଶଖା ଦାସ ମହାରାଜ ବ୍ୟାସ ଭାବେ ଓ ଖଣ୍ଡଗିରି ସେବାଶ୍ରମ ବାବାଜୀ ସୁରେନ୍ଦ୍ର ଦାସ ପୁରାଣାଚାର୍ୟ୍ୟ ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଆୟୋଜିତ ‘ ମାନବ ସମାଜ ପାଇଁ ଭାଗବତ’ ଚିନ୍ତନ ସଭା ଅନୁଷ୍ଠିତ ହୋଇଥିଲା । ଉତ୍କଳମଣି ଭାଗବତ ପ୍ରଚାର ସମିତିର ସଂଯୋଜକ ଶିକ୍ଷାବିତ ରାଧାକାନ୍ତ ଦାଶ ଏଥିରେ ଅଧ୍ୟକ୍ଷତା କରିଥିଲେ । ୯୫ ବର୍ଷ ଧରି ଶ୍ରୀ ବିନୋଦ ବିହାରୀ ଠାକୁରଙ୍କ ପାଖରେ ବନ୍ଦ ହୋଇଥିବା ଭାଗବତ ପାରାୟଣ ମହାଯଜ୍ଞର ପୁନରୁଦ୍ଧାର କରାଯାଇ ଥିବାରୁ ଉତ୍କଳମଣି ଭାଗବତ ପ୍ରଚାର ସମିତି ସଦସ୍ୟ ମାନଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ ।
ଆଜିର ବସ୍ତୁବାଦୀ ସମାଜ ପାଇଁ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଭାଗବତ ଆବଶ୍ୟକତା ରହିଛି । ମନୁଷ୍ୟ ସମାଜ ରହିଥିବା ପର୍ୟ୍ୟନ୍ତ ଭାଗବତ ମାର୍ଗଦର୍ଶନ କରୁଥିବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏଥିରେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିପ୍ତିରଞ୍ଜନ ପଣ୍ଡା, ସେବାନିବୃତ ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ହୋତା , ରେଡକ୍ରସ ଜିଲା ସେକ୍ରେଟାରୀ ଜିତେନ୍ଦ୍ର କୁମାର ପାତ୍ର ଓ ଜଳସଂପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ବାମଦେବ ବିଶ୍ୱାଳ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ମାନେ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରି ପୂଜାଅର୍ଚ୍ଚନା କରିଥିଲେ ।
ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଚାରିଭାୟାପଡା, ବୁଢାକେରା ଆଦି ଆଠଟି ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ମନ୍ଦିର ପାଟ ଅଗଣାରେ ସଂକୀର୍ତ୍ତନ ପରିବେଷଣ କରିଥିଲେ । ପ୍ରତିଘରେ ଭାଗବତ ପାଠ କରାଗଲେ ଭବିଷ୍ୟତ ପିଢି ଉପରେ ସକାରାତ୍ମକ ପ୍ରଭାବ ପଡିବ ବୋଲି ରଣପୁରର ବିଶିଷ୍ଟ ଶିକ୍ଷାବିତ କିଶୋର ଚନ୍ଦ୍ର ଭଞ୍ଜ ପ୍ରବଚନ ମାଧ୍ୟମରେ କହି ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ଅର୍ଜୁନ ପରମଗୁରୁ, ସେବାନିବୃତ ବ୍ୟାଙ୍କ ଅଧିକାରୀ ବାସୁଦେବ ସାହୁ, ଡ ପ୍ରଭାକର ତ୍ରିପାଠୀ, ଶିକ୍ଷାବିତ ପ୍ରଧାନି ବ୍ରୁନ୍ଦାବନ ମହାପାତ୍ର , ସେବାନିବୃତ ବ୍ୟାଙ୍କ ଅଧିକାରୀ ସୁକାନ୍ତ କୁମାର ତ୍ରିପାଠୀ , ଦିଗପହଣ୍ଡି ର ଶିକ୍ଷାବିତ ମ୍ରୁତ୍ୟୁଞ୍ଜୟ ମିଶ୍ର , ଶିକ୍ଷାବିତ ଲକ୍ଷ୍ମୀଧର ସାମନ୍ତ ରାୟ, ରବୀନ୍ଦ୍ର କୁମାର ମହାନ୍ତି, ରମ୍ଭାର ବିଶିଷ୍ଟ ଶିକ୍ଷାବିତ ସୁବାସ ଚନ୍ଦ୍ର ପଣ୍ଡା, ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ପ୍ରମୁଖ ଏଥିରେ ଅଂଶଗ୍ରହଣ କରି ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଭାଗବତ ପାରାୟଣ ସ୍ମୁତିକୁ ଉଜ୍ଜିବୀତ କରି ରଖିବା ପାଇଁ ବୈଶାଖ ବୁଦ୍ଧ ପୂର୍ଣ୍ଣିମା ଦିନ ପ୍ରତି ଘରେ ଭାଗବତ ପାଠ କରାଯିବାକୁ ଆଲୋକପାତ କରିଥିଲେ । କମଳ କୁମାର ଦାସ, ବ୍ରଜକିଶୋର ପାଇକରାୟ ଓ ନରହରି ସିଂହ ପ୍ରମୁଖ କାର୍ୟକ୍ରମଟିକୁ ସଂଯୋଜନା କରିଥିଲେ । ପାରାୟଣ କାର୍ୟ୍ୟକ୍ରମ ରେ ଉପସ୍ଥିତ ଶତାଧିକ ଶ୍ରଦ୍ଧାଳୁମାନେ ଆଠଦିନ ଧରି ମହାପ୍ରସାଦ ସେବା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories