www.samajalive.in
Thursday, November 13, 2025
18.1 C
Bhubaneswar

ଆଜାଦି କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ପୁରସ୍କାର ବିତରଣ ଉତ୍ସବ

ସୁଆଣ୍ଡୋ  :  ପୁରୀଜିଲ୍ଲା ସତ୍ୟବାଦୀ ଟାଲେଣ୍ଟ ସର୍ଚ୍ଚ ଅନୁଷ୍ଠାନ ପକ୍ଷରୁ ବୁଢାକେରା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଆଜାଦି କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁବାସ ଚନ୍ଦ୍ର ଜେନା ସଭାପତିତ୍ୱ କରି ଥିଲେ । ‘ସମାଜ’ର ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଗ୍ରାମାଞ୍ଚଳ ଗୁଡିକରେ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ଅଭାବ ନାହିଁ। ସେମାନଙ୍କୁ ଅନ୍ୱେଷଣ କରି ସମାଜରେ ପ୍ରତିଷ୍ଠିତ କରିବାର ଆବଶ୍ୟକତା ରହିଛି ।
ଏଥିପାଇଁ ଟାଲେଣ୍ଟ ସର୍ଚ୍ଚ ଅନୁଷ୍ଠାନର କର୍ମକର୍ତ୍ତାଗଣ ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ତାହା ସ୍ୱାଗତଯୋଗ୍ୟ ବୋଲି କହିଥିଲେ । ପ୍ରଥମେ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପ୍ରଦିପ ପ୍ରଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା । ଶିକ୍ଷାବିତ ସୁଦାମ ଚରଣ ବାରିକ, ସମାଜସେବୀ ପଦ୍ମଲାଭ ପଣ୍ଡା ଓ ପ୍ରଭାତ କୁମାର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଅନୁଷ୍ଠାନର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ବିଭିନ୍ନ ବିଭାଗ ରେ ଉତ୍କର୍ଷତା ଲାଭ କରିଥିବା ୯ ଟି ବିଦ୍ୟାଳୟର ୩୯ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।ସଂପାଦକ ଅନିଲ ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅନୁଷ୍ଠାନ ର ମୁଖ୍ୟ ସଂଯୋଜକ ଦୁର୍ଯ୍ୟୋଧନ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନୁଷ୍ଠାନ ତରଫରୁ ସମାଜସେବୀ ୮ ଜଣଙ୍କୁ ଉତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି କାହ୍ନୁ ଚରଣ ସେନାପତି ଓ ରମେଶଚନ୍ଦ୍ର ମାଝି ସହଯୋଗ କରି ଥିଲେ ।

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories