www.samajalive.in
Saturday, December 6, 2025
14.1 C
Bhubaneswar

କାହା ପାଇଁ ଅଟକିଲା ବାହାଘର?

ଝାନ୍‍ସି : ଉତ୍ତରପ୍ରଦେଶର ଝାନ୍‍ସିରେ ବିବାହ ପାଇଁ ମନା କରିବା ପରେ କନ୍ୟାପକ୍ଷ ବିରୁଦ୍ଧରେ ବରପକ୍ଷ ଥାନାରେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ କନ୍ୟାପକ୍ଷ ଏସଏସପି କାର୍ଯ୍ୟାଳୟ ପହଞ୍ଚି ବରପକ୍ଷ ମାଗିଥିବା ୫ ଲକ୍ଷ ଟଙ୍କା ନପାଇବାରୁ ବରଯାତ୍ରୀ ନେଇ ଆସି ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି। କନ୍ୟପକ୍ଷଙ୍କ କହିବାନୁଯାୟୀ, ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଥିଲା। ମାତ୍ର ବର ପକ୍ଷ ନ ଆସିବା ସହ ଓଲଟା ମିଛ ଅଭିଯୋଗ ଥାନାରେ କରିଛନ୍ତି।
ସୂଚନା ଯୋଗ୍ୟ, ନବାବାଦ ଥାନା କ୍ଷେତ୍ର ଅନ୍ତର୍ଗତ ଖୁଶିପୁରା ଅଞ୍ଚଳର ଏହି ଘଟଣା। ଉକ୍ତ କନ୍ୟା ଜଣଙ୍କ ଦିବ୍ୟାଙ୍ଗ ବୋଲି ମଧ୍ୟ ସେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଫେବ୍ରୁଆରୀ ୧୬ ତାରିଖରେ ବରଯାତ୍ରୀ ଆସିବାର ଥିଲା। ଘରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା। କନ୍ୟାପକ୍ଷ ବରଯାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଥିଲେ। ମାତ୍ର ବରପକ୍ଷଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା ଯୌତୁକ ମାଗିଥିଲେ। ଏହା ପୂରଣ ନହେବାରୁ ବରଯାତ୍ରୀ ଆସିନଥିଲେ। ଏହାସହ ଯୁବତୀ ଅଭିଯୋଗ କରିଛନ୍ତି, ଆଇନଗତ କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇବା ପାଇଁ ବରପକ୍ଷ କୋତବାଲୀ ଥାନାରେ ମିଥ୍ୟା ଅଭିଯୋଗ କରିଛନ୍ତି। ଯୁବତୀ ଜଣଙ୍କ ନ୍ୟାୟ ଦାବି କରିଛନ୍ତି। ତେବେ ଘଟଣାର ତଦନ୍ତ କରାଯାଉଛି।

 

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories