www.samajalive.in
Sunday, December 14, 2025
14.1 C
Bhubaneswar

ଲଘୁଚାପ ବର୍ଷା ଉଜାଡି ଦେଲା ଫସଲ

ସୁଆଣ୍ଡୋ: ଆଉ ମାସକ ପରେ ଚାଷୀ ଅମଳ କରିଥାନ୍ତା ଧାନ ଫସଲ। ସେହିପରି କୋବି, ବିନସ୍, ଆଳୁ, ଝୁଡଙ୍ଗ, କାକୁଡ଼ି, ଜହ୍ନି କୋଶଳା ଶାଗ, ଧନିଆ ଆଦି ଅର୍ଥକାରୀ ଫସଲ। ତେବେ ଦଇବ ସହିଲା ନାହିଁ। ପୁରୀ ଜିଲା ସତ୍ୟବାଦୀ ଅଞ୍ଚଳରେ ଦୁଇଦିନ ଧରି ଲାଗି ରହିଛି ଲଘୁଚାପ ଜନିତ ବର୍ଷା। ଏହି ଲଘୁଚାପ ଜନିତ ବର୍ଷା ଫସଲ ଉଜାଡ଼ି ଦେଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି।
ବର୍ତ୍ତମାନ ଧାନ ବାହାରି ଫୁଲ ଉଡାଇବା ବେଳେ ବର୍ଷା ମାଡରେ ଆଣ୍ଠୁଏ ପାଣିରେ ବିଲରେ ଲୋଟୁଛି। ଧାନ ଶିସାରେ ବର୍ଷା ପାଣି ପଶିଯିବାରୁ ଧାନ ସବୁ ଅଗାଡି ହୋଇଯିବ ବୋଲି ପୂର୍ଣ୍ଣ ଚନ୍ଦ୍ର ବେହେରା, ପ୍ରହଲାଦ ସ୍ୱାଇଁ, ଜଟିଆ ମଳିକ ଓ ଜଗା ପରିଡା ପ୍ରମୁଖ ଚାଷୀ ଆଶଙ୍କା ପ୍ରକାଶ କରିଛନ୍ତି। ରବି ଋତୁରେ ଚାଷ କରିବାକୁ ୨ ହଜାର ଟଙ୍କା କାଳିଆ ଯୋଜନାରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଇଥିଲା।

 

- Advertisement -

ଅକ୍ଟୋବର ମାସ ଅଧାରୁ ବର୍ଷା ଛାଡି ଯାଇଥିବାରୁ ପନିପରିବା ସହିତ ଲଟାଜାତୀୟ ଫସଲ ଓ ଶାଗ ଆଦି ବିଲରେ ଚାଷୀମାନେ ଲଗାଇ ଥିଲେ। କରୋନା କାଳରେ ନିଜକୁ ବଞ୍ଚାଇ ବିଲରେ କରିଥିବା ଫସଲ ଆଖି ଆଗରେ ଉଜୁଡ଼ି ଯିବା ଦେଖି ସତ୍ୟବାଦୀର ଚାଷୀକୂଳ ହତାଶ ହୋଇ ପଡିଛନ୍ତି ବୋଲି ଜିଲାପରିଷଦ ସଭ୍ୟ ପ୍ରହଲାଦ ଘଟୁଆରୀ, ସରପଞ୍ଚ ରସ୍ମିତା ପ୍ରଧାନ, ତ୍ରିନାଥ ମହାପାତ୍ର, ସମିତି ସଭ୍ଯ ପ୍ରଶାନ୍ତ ମହାପାତ୍ର ପ୍ରମୁଖ କହିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories