www.samajalive.in
Saturday, December 6, 2025
23.1 C
Bhubaneswar

ଭାର୍ଗବୀ ଖୁରୁଖୁରୀ ସେତୁ ଲୋକାର୍ପିତ

ସୁଆଣ୍ଡୋ : ପୁରୀଜିଲା ସତ୍ୟବାଦୀବ୍ଲକ ଅନ୍ତର୍ଗତ ବାମଦେଇ ପୁର- ବାଲିପଡା ଭାର୍ଗବୀ ଖୁରୁଖୁରୀ ସେତୁ କୁ ରାଜସ୍ବ ମନ୍ତ୍ରୀ ମହେଶ୍ଵର ମହାନ୍ତି ସାଂସଦ ପିନାକୀ ମିଶ୍ର, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଦ୍ଵାରା ଶୁକ୍ରବାର ଲୋକାର୍ପିତ ହୋଇଯାଇଛି । ଏହି ସେତୁର ଦୈର୍ଘ୍ୟ ୨୧୫ ମିଟର ପ୍ରସ୍ତ ୮,୫ ମିଟର ରହିଛି । ବିଜୁ ସେତୁ ଯୋଜନାରେ ଉକ୍ତ ସେତୁ ପାଇଁ ୭.୫୧ ଲକ୍ଷ ୨୫ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ଗ୍ରାମୋନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀ ପଞ୍ଚାନନ ମହାନ୍ତି ଠାରୁ ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ରାଜସ୍ବ ମନ୍ତ୍ରୀ ସାଂସଦ ସତ୍ୟବାଦୀ ବିଧାୟକ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ ସଦର ଅଧ୍ୟକ୍ଷା ସରୋଜିନୀ ବେହେରା ଜିଲାପରିଷଦ ସଭ୍ୟ ସରପଞ୍ଚ ସମିତି ସଭ୍ୟ ବିଭାଗୀୟ ପୁରୀ ଉପ ନିର୍ବାହୀଯନ୍ତ୍ରୀ ଶ୍ରୀବତ୍ସ ମହାପାତ୍ର ସାକ୍ଷୀଗୋପାଳ କନିଷ୍ଠଯନ୍ତ୍ରୀ ଓକିଲ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।ଏଠାରେ ସେତୁର ନିର୍ମାଣ କରିବା ପାଇଁ ଦୀର୍ଘଦିନ ଧରି ଦାବୀ ହୋଇ ଆସୁଥିଲା।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories