www.samajalive.in
Saturday, December 6, 2025
16.1 C
Bhubaneswar

ବିପଦ ସଙ୍କେତ ଉପରେ ଭାର୍ଗବୀ ; ବନ୍ୟାଜଳ ନିଷ୍କାସନରେ ଗବକୁଣ୍ଡ କଟ୍ ବରଦାନ ସାଜିଛି

ସୁଆଣ୍ଡୋ: ପୁରୀ ଜିଲାରେ ଭାର୍ଗବୀନଦୀର ଜଳସ୍ତର ବୃଦ୍ଧି ପାଇ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ଗବକୁଣ୍ଡ କଟରେ ଭାର୍ଗବୀନଦୀର ଦୁଇତୃତୀୟାଂଶ ବନ୍ୟାଜଳ ଖଲାସ ହେଉଥିବା ଦେଖିବାକୁ ମିଳୁଛି। ବଳଙ୍ଗା ଠାରେ ଜଳସ୍ତର ୧୧.୬୨ ଫୁଟ ରହିଛି । ପୁରୀ ଜିଲାପାଳ ବଲୱନ୍ତ ସିଂହଙ୍କ ନିର୍ଦ୍ଦେଶରେ ପ୍ରଶାସନ ନଦୀବନ୍ଧ ଉପରେ ତୀକ୍ଷ୍ନ ନଜର ରଖିଛନ୍ତି। ଜଳସଂପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ମହେନ୍ଦ୍ର ଭୁୟାଁ ନିର୍ବାହୀଯନ୍ତ୍ରୀ ଶଶୀଭୁଷଣ ମିଶ୍ର ସ୍ଥିତି ଅନୁଧ୍ୟାନ କରିଛନ୍ତି । ବଳଙ୍ଗା ଉପଖଣ୍ଡ ଅଧିକାରୀ ରାକେଶ କୁମାର ମଲ୍ଲିକ ଓ ସାକ୍ଷୀଗୋପାଳ ଉପଖଣ୍ଡ ଅଧିକାରୀ ରଘୁନାଥ ସ୍ୱାଇଁ ଅହରହ ନଦୀବନ୍ଧରେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳୁଛି। ତୋଟାସାହି ରଥପୁରୁଷୋତମ ପୁର ସୁଆଣ୍ଡୋ ଗୁଆଳିଗୋରଡା ପାଖ ନଦୀବନ୍ଧରେ ଘଳିଆ ଗୁଡିକ ବାଲିବସ୍ତା ପକାଯାଇଛି । ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ ବିଡିଓ ସରୋଜ କୁମାର ଦତ୍ତ ଦୁର୍ବଳ ସ୍ଥାନ ଗୁଡିକର ସ୍ଥିତି ନିରୀକ୍ଷଣ କରିଛନ୍ତି। ଗୋପବନ୍ଧୁଙ୍କ ପରିକଳ୍ପିତ ଗବକୁଣ୍ଡ କଟ୍ ଆଜି ଭାର୍ଗବୀର ବନ୍ୟାଜଳ ନିଷ୍କାସନରେ ବରଦାନ ସାଜିଛି ବୋଲି ସତ୍ୟବାଦୀ ବଳଙ୍ଗା ହରିପୁର ପୁରୀ ସଦର ଅଞ୍ଚଳର ଲୋକମାନେ କହୁଛନ୍ତି ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories