ସୁଆଣ୍ଡୋ : ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ସ୍ମୃତି ରକ୍ଷା କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ସୋମବାର ଅପରାହ୍ନରେ ରାଜ୍ୟ ଆରଆଣ୍ଡବି ମୁଖ୍ୟଯନ୍ତ୍ରୀ ଆଦିତ୍ୟ କୁମାର ରାୟ ଅତିରିକ୍ତ ସେକ୍ରେଟେରୀ ରବୀନ୍ଦ୍ର କୁମାର ଆଚାର୍ଯ୍ୟ ପୁରୀ ନିର୍ବାହୀଯନ୍ତ୍ରୀ ଗିରିଶ ଚନ୍ଦ୍ର ରାୟ ସାକ୍ଷୀଗୋପାଳ ଉପଖଣ୍ଡ ଅଧିକାରୀ ଅକ୍ଷୟ କୁମାର ମହାନ୍ତି ଓ କନିଷ୍ଠଯନ୍ତ୍ରୀ ମନୋଜ କୁମାର ନାୟକ ସୁଆଣ୍ଡୋରେ ପହଞ୍ଚିଥିଲେ । ପଣ୍ଡିତଜୀଙ୍କର ବାସଭବନ ଠାରୁ ୩୧୬ ନଂ ଜାତୀୟ ରାଜପଥ ପଟ୍ଟନାୟିକିଆ ଛକ ପର୍ଯ୍ୟନ୍ତ ଦୁଇଥାକିଆ ରାସ୍ତା ନିର୍ମାଣ ପାଇଁ ସ୍ଥିତି ଅନୁଧ୍ୟାନ କରିଥିଲେ। ଦୁଇଦିନ ମଧ୍ୟରେ ସର୍ଭେ ଟିମ୍ ଦ୍ୱାରା ରାସ୍ତାର ମାପଚୁପ କରାଯାଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ମୁଖ୍ୟଯନ୍ତ୍ରୀ କହିଥିଲେ।
ସୂଚନାଯୋଗ୍ୟ, ଏହି ପରିପ୍ରେକ୍ଷୀରେ ରବିବାର ରାଜ୍ୟ ୫ ଟି ସଚୀବ ଭି କାର୍ତ୍ତିକେୟ ପାଣ୍ଡିଆନ ଓ ଜିଲାପାଳ ବଳୱନ୍ତ ସିଂହ ପ୍ରମୁଖ ଉଚ୍ଚସ୍ତରୀୟ ଅଧିକାରୀ ମାନେ ଭିତ୍ତିଭୂମିର ନିରୀକ୍ଷଣ କରିବା ପାଇଁ ସୁଆଣ୍ଡୋ ଆସିଥିଲେ । ମହାପୁରୁଷଙ୍କ ସ୍ମୃତିରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।



