www.samajalive.in
Saturday, December 13, 2025
21.1 C
Bhubaneswar

କରୋନା ଭୂତାଣୁ ଆତଙ୍କ : ସଂକ୍ରମଣ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ :  ଚୀନରେ କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦନ ସୋମବାର ବିଭିନ୍ନ ସଂସ୍ଥା ଓ ହସ୍ପିଟାଲ୍‍ଗୁଡ଼ିକର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ମଧ୍ୟ ତାଙ୍କ ମନ୍ତ୍ରଣାଳୟର ବିଭାଗ ଓ ରାଜ୍ୟ ସରକାରଙ୍କର ବିଭାଗଗୁଡ଼ିକର ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରିଛନ୍ତି। ସ୍ୱରାଷ୍ଟ୍ର ସଚିବ, ଏନ୍‍ଡିଏମ୍‍ଏ ସଚିବ, ମୁଖ୍ୟ ସଚିବ ଓ ୫ଟି ରାଜ୍ୟର ଡିଜିପି ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ ଏହି ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଯାଞ୍ଚ୍‍, ସଚେତନତା, ନିଜ ପକ୍ଷରୁ ରିପୋର୍ଟିଂର ବ୍ୟବସ୍ଥା, ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା, କର୍ମଚାରୀ ଓ ଅନ୍ୟ ସଂସ୍ଥାମାନଙ୍କୁ ତାଲିମ୍‍ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି।

କରୋନା ଭୂତାଣୁର ମୁକାବିଲା ପାଇଁ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରାଯାଇଛି। କରୋନା ଭୂତାଣୁ ସଂକ୍ରମଣର ଲକ୍ଷଣ  ଥିବା ଯାତ୍ରୀମାନଙ୍କୁ ସେମାନଙ୍କର ଚଳପ୍ରଚଳ ନିୟନ୍ତ୍ରଣ
କରିବା ଓ ୨୪ ଘଣ୍ଟିଆ ହେଲ୍ପଲାଇନ୍‍ ନମ୍ବର – ୦୧୧-୨୩୯୭୮୦୪୬ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

- Advertisement -

ଅନ୍ୟ ପକ୍ଷରେ ଚୀନରେ କରୋନା ଭୂତାଣୁ ଯୋଗୁଁ ଅତି କମ​ରେ ୮୦ଜଣ ଲୋକଙ୍କର ପ୍ରାଣହାନୀ ଘଟିବା ଓ ୨ହଜାର ୭୫୦ରୁ ଅଧିକ ଲୋକ ଆକ୍ରାନ୍ତ ହେବା ସହ ସେଠାରେ ଏପର୍ଯ୍ୟନ୍ତ ସବୁଠୁ ଭୟାବହ ସ୍ୱାସ୍ଥ୍ୟ ସଙ୍କଟ ଦେଖାଦେଇଛି। ଏହାବ୍ୟତୀତ ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ୩୩ଜଣ ଆକ୍ରାନ୍ତ ହୋଇଥିବାର ଜଣାପଡିଛି । ଚୀନ୍‍ ଜାତୀୟ ସ୍ୱାସ୍ଥ୍ୟ କମିଶନ କହିଛି ଏହି ଭୂତାଣୁ ଦ୍ରୁତଗତିରେ ସଂକ୍ରମିତ ହେବାରେ ଲାଗିଛି ଓ ଏହାକୁ ରୋକିବା ପାଇଁ କୌଣସି ପ୍ରତିକାର ବ୍ୟବସ୍ଥା ଏପର୍ଯ୍ୟନ୍ତ ବାହାର କରାଯାଇପାରୁ ନାହିଁ । କରୋନା ଭୂତାଣୁ କେଉଁ ଶ୍ରେଣୀର ବୋଲି ଏପର୍ଯ୍ୟନ୍ତ ଜଣାପଡୁନଥିବାରୁ ସଂକ୍ରମଣ ବୃଦ୍ଧିପାଇବାର ଯଥେଷ୍ଟ ସମ୍ଭାବନା ରହିଛି। କମିଶନ କହିଛି ଏହାକୁ ରୋକିବା ପାଇଁ କରାଯାଉଥିବା ସମସ୍ତ ଉଦ୍ୟମକୁ ଆହୁରି ତ୍ୱରାନ୍ୱିତ କରିବାକୁ ହେବ। ଏହାମଧ୍ୟରେ ସଂକ୍ରମିତ ଲୋକମାନଙ୍କର ଅଲଗା ଭାବେ ଚିକିତ୍ସା କରାଯିବା,ପରିବହନ ଓ ଗସ୍ତ କଟକଣା ଏବଂ ବଡବଡ କାର୍ଯ୍ୟକ୍ରମଗୁଡ଼ିକୁ ବାତିଲ
କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଡକ୍ଟର ଟେଡ୍ରସ ଅଧନୋମ ଘେବ୍ରେସସ୍‍ ସୋମବାର ବେଜିଂରେ ପହଞ୍ଚିବା ପରେ ପରସ୍ଥିତିର ସରଜମିନ୍‍ ତଦନ୍ତ କରିବେ ଓ ଚୀନ୍‍ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି ସେସବୁର ତଦାରଖ କରିବେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories