ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ଆମ୍ ଆଦମୀ ପାର୍ଟି ଉପରେ ପ୍ରବଳ ବର୍ଷିଛନ୍ତି। ଆପ୍ ଦେଶରେ ବିଭାଜନକାରୀ ଶକ୍ତିଗୁଡ଼ିକୁ ସମର୍ଥନ କରୁଥିବା ସେ ଅଭିଯୋଗ କରିଛନ୍ତି । ରିଠାଲାଠାରେ ଏକ ର୍ୟାଲିରେ ଉଦବୋଧନ ଦେଇ ଶ୍ରୀ ଶାହା ଜେଏନ୍ୟୁରେ ଭାରତ ବିରୋଧୀ ସ୍ଲୋଗାନ୍
ଦେଉଥିବା ଛାତ୍ରଛାତ୍ରୀମାନଙ୍କୁ ଜେରା କରିବାକୁ ଦିଲ୍ଲୀ ସରକାର ଅନୁମତି ଦେଇନଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଦିଲ୍ଲୀ ସରକାର ଗତ ବିଧାନସଭା ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତିମାନ ଦେଇଥିଲେ ସେଗୁଡ଼ିକ ପୂରଣ କରିନାହାନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କର ସମାଲୋଚନା କରି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ୍ ଭାରତ ଭଳି ଯୋଜନାକୁ ସେ ଦିଲ୍ଲୀରେ ଲାଗୁ କରିନଥିବାରୁ ମଧ୍ୟ ଶ୍ରୀ ଶାହା ତାଙ୍କୁ ସମାଲୋଚନା କରିଛନ୍ତି।
ଅନ୍ୟ ପକ୍ଷରେ ଆମ୍ ଆଦମୀ ପାର୍ଟି ଆବାହକ ଅରବିନ୍ଦ କେଜରିୱାଲ ଆଜି ବୱାନା ଓ ନରେଲାଠାରେ ଦୁଇଟି ରୋଡ୍ ଶୋ’ କରିଛନ୍ତି ।
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜମିଲା ପ୍ରଚାର : ଆପ୍ ଉପରେ ବର୍ଷିଲେ ଶାହା
Popular Categories



