www.samajalive.in
Tuesday, December 9, 2025
16.1 C
Bhubaneswar

ଯାଜପୁର : କାବୁହେଲା ନରହନ୍ତା ଦନ୍ତା

ଯାଜପୁର : ବହୁ ପରିଶ୍ରମ ପରେ ଶେଷରେ ନରହନ୍ତା ଦନ୍ତାକୁ କାବୁ କରିବାରେ ବନବିଭାଗ ସଫଳ ହୋଇଛି।  ଆକାଶ ମାର୍ଗରୁ ଡ୍ରନ କ୍ୟାମେରା ସାହାଯ୍ୟରେ ହାତୀକୁ ବନ ବିଭାଗ ଖୋଜିଥିଲେ। ଶେଷରେ କଣ୍ଟିପୁର ନିକଟରୁ ଠାବ କରାଯାଇଥିଲା। ଏହାପରେ ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ୍ ଦ୍ବାରା ବନବିଭାଗ କାବୁକରିଥିଲା।

ସୂଚନା ଅନୁଯାୟୀ, ଦୀର୍ଘ ୯ଦିନ ଧରି ଯାଜପୁରର କୋରେଇ, ଦାନଗଦି ଓ ସୁକିନ୍ଦା ବ୍ଲକରେ ଉକ୍ତ ଦନ୍ତା ହାତୀଟି ଆତଙ୍କ ଖେଳାଇଥିଲା। ଦନ୍ତା ହାତୀ ଆକ୍ରମଣରେ ୪ଜଣ  ଜୀବନ ହରାଇଥିବାବେଳେ ୧୦ଜଣ ଆହତ ହୋଇଥିଲେ। ବହୁ ପରିଶ୍ରମ ପରେ ଶେଷରେ ବନବିଭାଗ ଆଜି ଆକାଶ ମାର୍ଗରୁ ଡ୍ରନ କ୍ୟାମେରା ସାହାଯ୍ୟରେ ହାତୀକୁ ଖୋଜି କଣ୍ଟିପୁର ନିକଟରୁ ଦନ୍ତା ହାତୀଟିକୁ ଠାବ କରି ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଛି।

- Advertisement -

ଯାଜପୁର ଦାନଗଦୀ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଘଟଣାକୁ ନେଇ ସୋମବାର ଉକ୍ତ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ହାତୀ ଘଉଡାଇବା ଏବଂ ଧନଜୀବନ ସୁରକ୍ଷା ଦାବିରେ ମିଲିଟାରୀ ଛକ ଏବଂ ମାନପୁର ଓଭରବ୍ରିଜ ନିକଟରେ ଟାୟାର ଜାଳି ସ୍ଥାନୀୟଲୋକେ ରାସ୍ତା ଅବରୋଧ କରିଥିଲେ। ପରେ ପୁଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶୃତି ପରେ ଉଭୟ ମିଲିଟାରୀ ଛକ ଏବଂ ମାନପୁର ଓଭରବ୍ରିଜ ନିକଟରୁ ରାସ୍ତା ଅବରୋଧ ହଟିଥିଲା। ଆଜି ଅପରାହ୍ନ ୫ଟା ସୁଦ୍ଧା ଟ୍ରାଙ୍କୁଲାଇଜ୍ ଜରିଆରେ ହାତୀ ଉଦ୍ଧାର ହେବ ବୋଲି ପ୍ରଶାସନିକ ଅଧିକାରୀ ପ୍ରତିଶ୍ରୁତି ଦିଆଯାଇଥିଲା।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories