ସୁଆଣ୍ଡୋ : ପୁରୀଜିଲା ସତ୍ୟବାଦୀବ୍ଲକ ବଳପୁର ପଞ୍ଚାୟତ ଆନନ୍ଦପୁର ଗାଁର ମଞ୍ଜୁ ଭୋଇ ୪୦ ବର୍ଷ ସ୍ୱାମୀ କେଶବ ଭୋଇଙ୍କ କଚ୍ଚା ଚାଳଘର ବର୍ଷାରେ ଭାଙ୍ଗି ଯିବାରୁ ପର ଘରେ ଆଶ୍ରୟ ନେଇଥିବା ଜଣାପଡିଛି । ମଞ୍ଜୁଙ୍କ ପରିବାର ମାନସିକ ଭାରସାମ୍ୟ ହରାଇଥିବା ଜଣାପଡିଛି।
ପରଘରେ ପାଇଟି କରି ମୂଲ ମଜୁରୀ ଲାଗି ନିଜର ଦୁଇ ଝିଅଙ୍କୁ ପାଠ ପଢାଇବା ସହିତ ଦୁଃଖେ କଷ୍ଟରେ ପରିବାର ଚଳାନ୍ତି । ଦୁଇଦିନ ତଳେ ପ୍ରବଳ ବର୍ଷାରେ ନିଜର ଥିବା ଦୁଇ ବଖରା ଘର ଭାଙ୍ଗି ଯିବାରୁ ପଡୋଶୀଙ୍କ ଘରେ ଆଶ୍ରୟ ନେଇଥିଲେ । ଏ ସମ୍ପର୍କରେ ତହସିଲଦାରଙ୍କୁ ନିଜର ଦୁଃଖ ବିଷୟ ଲିଖିତ ଭାବେ ଜଣାଇଛନ୍ତି ବୋଲି ମଞ୍ଜୁ କହଛନ୍ତି। ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ବିଜୁ ପକ୍କା ଘର ଏହି ଗରିବ ପରିବାର ପାଇଁ ସାତ ସପନ ହୋଇପଡିଛି । ଅନ୍ୟ ଜାଗାରେ ଘର କରି ରହିଥିବା ହେତୁ ଉକ୍ତ ପରିବାରର ଜମି ପଟ୍ଟା ନାହିଁ । ଏଣେ ଘରଟିଏ ପାଇବା ପାଇଁ ବ୍ଲକ ଅଫିସରେ ହିତାଧୀକାରୀଙ୍କ ମଧ୍ୟରେ ନାଁ ରହିଥିଲେ ମଧ୍ୟ ଚତୁରତା ଦେଖିବାକୁ ମିଳୁନାହିଁ । ଘରଟିଏ କିପରି ପାଇ ପାରିବେ ସେ ନେଇ ମଞ୍ଜୁ ଜିଲାପାଳଙ୍କୁ ଜଣାଇଛନ୍ତି।
ଘରଟିଏ ସାତ ସପନ ; ବାରଦୁଆର ଶୁଣ୍ଢି ପିଣ୍ଡା ଗରିବ ପରିବାର
Popular Categories



