www.samajalive.in
Saturday, December 6, 2025
16.1 C
Bhubaneswar

ତାମିଲନାଡ଼ୁକୁ ହରାଇ ଫାଇନାଲରେ ଓଡ଼ିଶା

କଟକ : ଫୁଟ୍‍ବଲ ଆସୋସିଏସନ୍‍ ଅଫ୍‍ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ୨୪ତମ ଜାତୀୟ ସିନିୟର ଫୁଟ୍‍ବଲ ଚମ୍ପିଆନ୍‍ସିପ୍‍ର ଫାଇନାଲରେ ପ୍ରବେଶ କରିଛି ଆୟୋଜକ ଓଡ଼ିଶା। ଶନିବାର ଖେଳା ଯାଇଥିବା ସେମିଫାଇନାଲ ମ୍ୟାଚ୍‍ରେ ଗତବର୍ଷର ଚମ୍ପିଆନ୍‍ ତାମିଲନାଡ଼ୁକୁ କଡ଼ା ମୁକାବିଲା ପରେ ଓଡ଼ିଶା ୪-୩ ଗୋଲ୍‍ରେ ପରାସ୍ତ କରିଛି। ସୋମବାର ବାରବାଟୀ ଷ୍ଟାଡିୟମ୍‍ରେ ପୂର୍ବ ଚମ୍ପିଆନ୍‍ ମଣିପୁର ବିପକ୍ଷରେ ଓଡ଼ିଶା ଫାଇନାଲ ମ୍ୟାଚ୍‍ ଖେଳିବ। ଅନ୍ୟ ଏକ ସେମିଫାଇନାଲ ମ୍ୟାଚ୍‍ରେ ଭାରତୀୟ ରେଳବାଇକୁ ଟାଇବ୍ରେକରରେ ୪-୩ ଗୋଲ୍‍ରେ ମଣିପୁର ପରାସ୍ତ କରିଛି।
ବିଡ଼ାନାସୀ ଗ୍ରାଉଣ୍ଡରେ ଘରୋଇ ଓଡ଼ିଶା ବିପକ୍ଷରେ ଗତବର୍ଷର ଚମ୍ପିଆନ୍‍ ତାମିଲନାଡ଼ୁ ଆରମ୍ଭରୁ ଆକ୍ରମଣାତ୍ମକ ଫୁଟ୍‍ବଲ ଖେଳି ୨-୦ ଗୋଲ୍‍ରେ ଆଗୁଆ ହୋଇ ଯାଇଥିଲା। ୧୦ ଓ ୧୬ ମିନିଟରେ ତାମିଲନାଡ଼ୁ ଖେଳାଳି ୨ଟି ଗୋଲ୍‍ଦେଇ ଓଡ଼ିଶାକୁ ନିରାଶ କରିଥିଲେ। ତେବେ ପରେ ଓଡ଼ିଶା ସଂଘର୍ଷପୂର୍ଣ୍ଣ ଫୁଟ୍‍ବଲ ଖେଳିଥିଲା। ୨୫ ମିନିଟରେ ଆନ୍ତର୍ଜାତିକ ଖେଳାଳି ପ୍ୟାରୀ ଖାଖା ଓଡ଼ିଶା ପାଇଁ ଗୋଲ୍‍ ଦେଇଥିଲେ। ୩୧ ମିନିଟରେ ଓଡ଼ିଶାର ଅଞ୍ଜୁ ତମାଙ୍ଗ୍‍ ଗୋଲ୍‍ ଦେଇ ସ୍କୋର୍‍କୁ ୨-୨ କରିଥିଲେ। ପ୍ରଥମାର୍ଦ୍ଧର ଶେଷ ମିନିଟରେ ପ୍ୟାରୀ ଖାଖା ବ୍ୟକ୍ତିଗତ ୨ୟ ଏବଂ ଦଳ ପାଇଁ ୩ୟ ଗୋଲ୍‍ଦେଇ ମ୍ୟାଚ୍‍ରେ ଓଡ଼ିଶାକୁ ପ୍ରଥମଥର ଆଗୁଆ କରିଥିଲେ। ତେବେ ୭୭ ମିନିଟରେ ତାମିଲନାଡ଼ୁ ୩ୟ ଗୋଲ୍‍ଦେଇ ପୁଣି ମ୍ୟାଚ୍‍କୁ ସମାନସ୍ତରକୁ ଆଣିଥିଲା। ଫଳରେ ନିୟମିତ ୯୦ ମିନିଟର ଖେଳ ୩-୩ ଗୋଲ୍‍ରେ ଶେଷ ହୋଇଥିଲା। ଫଳରେ ଅତିରିକ୍ତ ସମୟର ଖେଳ ହୋଇଥିଲା। ଏହାର ପ୍ରଥମାର୍ଦ୍ଧରେ ଗୋଲ୍‍ ହୋଇନଥିବା ବେଳେ ୧୧୦ ମିନିଟରେ ପ୍ୟାରୀ ଖାଖା ଓଡ଼ିଶା ପାଇଁ ୪ର୍ଥ ଗୋଲ୍‍ ସ୍କୋର କରିଥିଲେ। ଏହାସହ ବ୍ୟକ୍ତିଗତ ୩ୟ ଗୋଲ୍‍ ଦେଇ ପ୍ୟାରୀ ହ୍ୟାଟ୍ରିକ୍‍ ପୂରଣ କରିଥିଲେ। ମଣିପୁର ଓ ଭାରତୀୟ ରେଳବାଇ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‍ ବେଶ୍‍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପରେ ମ୍ୟାଚ୍‍ର ଫଇସଲା ପାଇଁ ଟାଇବ୍ରେକରର ଆଶ୍ରୟ ନିଆ ଯାଇଥିଲା। ଏଥିରେ ମଣିପୁର ୪-୩ ଗୋଲ୍‍ରେ ବିଜୟୀ ହୋଇଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories