www.samajalive.in
Friday, December 12, 2025
23.1 C
Bhubaneswar

ସେଣ୍ଟ ଜାଭିୟର ଇଣ୍ଟରନେସନାଲ ସ୍କୁଲରେ ବାର୍ଷିକ ବିଜ୍ଞାନ ଓ କଳା ପ୍ରଦର୍ଶନୀ

ଭୁବନେଶ୍ୱର : ସେଣ୍ଟ ଜାଭିୟର ଇଣ୍ଟରନେସନାଲ ସ୍କୁଲ୍‍ର ନନ୍ଦନକାନନ ଶାଖା ପ୍ରେକ୍ଷାଳୟରେ ବାର୍ଷିକ ବିଜ୍ଞାନ ଓ କଳା ପ୍ରଦର୍ଶନୀ ଆରମ୍ଭ ହୋଇଛି । ଏହା ଦୁଇଦିନ ଧରି ଚାଲିବ। ୨୪ ତାରିଖ ଦିନ କନିଷ୍ଠ ଓ ୨୫ ତାରିଖ ଦିନ ବରିଷ୍ଠ ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ମଡେଲ୍‍ ଓ ଚିତ୍ରକଳା ପ୍ରଦର୍ଶନ କରାଯିବ। ପ୍ରଥମ ଦିନରେ ବୈଜ୍ଞାନିକ ଡଃ. ଦୀପକ୍‍ କଶ୍ୟପ ଯୋଗଦାନ କରି ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାନଟନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ଓ ପ୍ରତିଯୋଗୀମାନଙ୍କ ଦ୍ୱାରା ତିଆରି କରାଯାଇଥିବା କଳାକୃତି ଓ ବିଜ୍ଞାନ ମଡେଲ୍‍ମାନଙ୍କୁ ବୁଲି ଦେଖିଥିଲେ। ସେଣ୍ଟ ଜାଭିୟର ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ. ବଦ୍ରିନାଥ ପଟ୍ଟନାୟକ ଏହିକାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍କୁଲର ଅଧ୍ୟକ୍ଷା ଡଃ଼. ନିବେଦିତା ପଟ୍ଟନାୟକ, ମୁଖ୍ୟ ପରିଚାଳନା ଅଧ୍ୟକ୍ଷ ଡ଼ଃ ବି. ସି. ମେନନ୍‍, ଶିକ୍ଷା ନିର୍ଦ୍ଦେଶିକା ଡ଼ଃ. ଗାୟତ୍ରୀ ମିଶ୍ର ଓ ଇ.ଡ଼ି. ଶ୍ରୀମତୀ ମିତ୍ରା ରାୟ ପ୍ରମୁଖ ଉପସ୍ଥିତ ଥିଲେ। ସେଣ୍ଟ ଜାଭିୟର ଇଣ୍ଟରନେସନାଲ ସ୍କୁଲ୍‍ର ସମସ୍ତ ଶାଖାର ଅଧ୍ୟକ୍ଷ ଓ ଶିକ୍ଷକ/ଶିକ୍ଷୟତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଏହାକୁ ସାଫଲ୍ୟମଣ୍ଡିତ କରିଥିଲେ।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories