ନୂଆଦିଲ୍ଲୀ : ପାକିସ୍ଥାନ ସ୍ଥିତ କରତାରପୁର କରିଡର ଶିଳାନ୍ୟାସ ଶ୍ରେୟ ନେବା ପାଇଁ ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି। ଏହାକୁ ନେଇ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ପାକିସ୍ତାନ ଯିବା ସଫଳ ହୋଇଥିବା କହିଛନ୍ତି। ପାକିସ୍ତାନ ଗସ୍ତ ସମୟରେ ସେନାମୁଖ୍ୟ ଜେନରାଲ କମର ବାଜୱାଙ୍କୁ ମିଶିବା କାମ ଦେଇଛି ବୋଲି ସିଦ୍ଧୁ କହିଛନ୍ତି।
ସୂଚନାଯୋଗ୍ୟ ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଶପଥଗ୍ରହଣ ଉତ୍ସବରେ ନବଜୋତ ସିଂ ସିଦ୍ଧୁ ଯୋଗ ଦେଇଥିଲେ। କରାତରପୁର କରିଡର ପାଇଁ ପାକିସ୍ତାନ ରାସ୍ତା ଖୋଲିବ ବୋଲି ସିଦ୍ଧୁ କହିଥିଲେ। ଏହି ସମୟରେ ସିଦ୍ଧୁ ପାକିସ୍ତାନ ସେନାମୁଖ୍ୟଙ୍କୁ ମିଶିବା ନେଇ ବିବାଦ ଦେଖାଦେଇଥିଲା। କରିଡରର କାମ ଚଳିତ ବର୍ଷ ଶେଷସୁଦ୍ଧା ଆରମ୍ଭ ହୋଇ ୨୦୧୯ ସୁଦ୍ଧା ସରିବ ବୋଲି ଅନୁମାନ କରାଯାଉଛି। ପଞ୍ଜାବ ଉପ-ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ କେନ୍ଦ୍ର ସରକାରଙ୍କ ଐତିହାସକ ନିଷ୍ପତ୍ତି ପାଇଁ ଏହା ହୋଇପାରିଛି।
ପାକିସ୍ତାନ ସେନା ମୁଖ୍ୟଙ୍କୁ ମିଶିବା ସଫଳ ହୋଇଛି : ନବଜୋତ
Popular Categories



