www.samajalive.in
Saturday, December 6, 2025
26.1 C
Bhubaneswar

ମସଲା ପୁର ଦିଆ କଲରା ଭଜା

ଅଧିକାଂଶ ଲୋକ କଲରା ଖାଇବାକୁ ପସନ୍ଦ କରନ୍ତି ନାହିଁ । ହେଲେ ଯଦି କଲରାକୁ ଟିକେ ନିଆରା ଉପାୟରେ ରୋଷେଇ କରାଯାଏ, ତେବେ କଥା ଅଲଗା । ନ ଖାଇବା ଲୋକ ମଧ୍ୟ ଖାଇବାକୁ ମନ ବଳାଏ । ସେହିପରି ଏକ ନିଆରା ବ୍ୟଞ୍ଜନ ପୁର ଦିଆ କଲରା ଭଜା । ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ ।

ଆବଶ୍ୟକୀୟ ସାମଗ୍ରୀ: ୬-୭ଟି କଲରା, ଏକ କପ୍ କଟା ପିଆଜ, ଛୋଟ ଚାମଚ ଆମଚୁର ପାଉଡର, ଛୋଟ ଚାମଚ ଭଜା ଜୀରା ପାଉଡର, ଛୋଟ ଚାମଚ ପାନମହୁରୀ ପାଉଡର, ଛୋଟ ଚାମଚ ଧନିଆ ପାଉଡର, ଅଧା ଛୋଟ ଚାମଚ ଲଙ୍କା ଗୁଣ୍ଡ, ଅଧା ଛୋଟ ଚାମଚ ହଳଦୀ ପାଉଡର, ଏକ ଚୁଟକି ହେଙ୍ଗୁ, ସ୍ବାଦାନୁଯାୟୀ ଲୁଣ ଏବଂ ଆବଶ୍ୟକୀୟ ତେଲ ।

- Advertisement -

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ କଲରାକୁ ଧୋଇ ଦୁଇ ଫଳ କରି ରଖନ୍ତୁ । ସେଥିରୁ ମଞ୍ଚି ବାହାର କରିଦିଅନ୍ତୁ । ପରେ ଅଳ୍ପ ଲୁଣ ପକାଇ ଭଲ ଭାବରେ ଗୋଳାଇ କିଛି ସମୟ ଛାଡି ଦିଅନ୍ତୁ । ଏହା ଦ୍ବାରା କଲରାର ପିତା ଟିକେ କମ୍ ହୋଇଯିବ । ଏହି ସମୟ ମଧ୍ୟରେ ମସଲା ପୁର ପ୍ରସ୍ତୁତ କରି ଦିଅନ୍ତୁ ।

ଏଥିପାଇଁ ପ୍ରଥମେ ମଧ୍ୟମ ଆଞ୍ଚରେ କଢେଇରେ ତେଲ ଗରମ କରନ୍ତୁ । ସେଥିରେ କଟା ପିଆଜ ପକାଇ ସୁନେଲୀ ରଙ୍ଗ ହେବା ଯାଏଁ ଭାଜନ୍ତୁ । ପରେ ସେଥିରେ  ହଳଦି ଗୁଣ୍ଡ, ଧନିଆ ପାଉଡର, ହେଙ୍ଗୁ, ଜୀରା ପାଉଡର, ପାନମହୁରୀ ପାଉଡର, ଲଙ୍କା ଗୁଣ୍ଡ ଏବଂ ଲୁଣ ପକାଇ ଭଲ ଭାବରେ କଷନ୍ତୁ । କିଛି ସମୟ ପରେ ଆମଚୁର ପାଉଡର ପକାଇ ଭଲ ଭାବରେ ଗୋଳାଇ ଦେଇ ଚୁଲାରୁ କାଢି ଆଣନ୍ତୁ । ମସଲାକୁ ଥଣ୍ଡା ହେବା ପାଇଁ କିଛି ସମୟ ଛାଡି ଦିଅନ୍ତୁ ।

ଏବେ ସବୁ କଟା କଲରା ମଧ୍ୟରେ ମସଲା ପୁର ଭର୍ତ୍ତି କରି ରଖନ୍ତୁ ଏବଂ ପରେ ମଧ୍ୟମ ଆଞ୍ଚରେ ତେଲ ଗରମ କରି ଗୋଟି ଗୋଟି କରି ପୁରା ଦିଆ କଲରାକୁ ଏକ ପ୍ଲେଟରେ ଢାଙ୍କି ଭାଜନ୍ତୁ । ମଝିରେ ଭଝିରେ ଏହାକୁ ଦେଖିବେ ଯେପରି କଲରା ଲାଗି ନଯାଏ । ୨୦ ମିନିଟ୍ ଏପରି ଭାଜିଲା ପରେ ପ୍ରସ୍ତୁତ ହୋଇଯିବ ମସଲା ପୁର ଦିଆ କଲରା ଭଜା ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories