କାବୁଲ : ଆଫଗାନିସ୍ତାନର ଖୋସ୍ତ ପ୍ରଦେଶସ୍ଥିତ ଇସ୍ମାଇଲ୍ ଖେଲ୍ ଜିଲ୍ଲା ସେନାବାହିନୀ ଘାଟି ନିକଟସ୍ଥ ମସ୍ଜିଦରେ ଏକ ଆତ୍ମଘାତୀ ଆକ୍ରମଣ ଘଟଛି। ଏଥିରେ ଅତିକମରେ ୨୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ଆକ୍ରମଣରେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି।
ଗତକାଲି ଶୁକ୍ରବାର ପ୍ରାର୍ଥନାପାଇଁ ସେଠାରେ ଲୋକମାନେ ଏକତ୍ରୀତ ହୋଇଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା। ଜଣେ ସାମରିକ ମୁଖପାତ୍ର କହିଛନ୍ତି, ପ୍ରାଣ ହରାଇଥିବା ଲୋକମାନେ ସମସ୍ତେ ନିରାପତ୍ତା ରକ୍ଷୀ । ତେବେ ଆକ୍ରମଣପାଇଁ କୌଣସି ଗୋଷ୍ଠୀ ଦାବି କରି ନାହାନ୍ତି।
ଆଫଗାନିସ୍ତାନରେ ଆତ୍ମଘାତୀ ଆକ୍ରମଣ ; ୨୬ ଜଣଙ୍କ ମୃତ୍ୟୁ
Popular Categories



