www.samajalive.in
Sunday, December 7, 2025
16.1 C
Bhubaneswar

ଗ୍ଲୋବସ୍‍ ମାସ୍କ ପିନ୍ଧି ନିଟ୍‍ ପରୀକ୍ଷା ଦେବେ ବିଦ୍ୟାର୍ଥୀ

ନୂଆଦିଲ୍ଲୀ: ନିଟ୍‍ ପରୀକ୍ଷା ପାଇଁ ସୁପ୍ରିମକୋର୍ଟ ଏବଂ ସରକାରଙ୍କ ପାଖରୁ ସବୁଜ ସଙ୍କେତ ମିଳିବା ପରେ ନ୍ୟାସନାଲ୍‍ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ପ୍ରସ୍ତୁତି ଆରମ୍ଭ କରିଛି। କରୋନା କଟକଣାକୁ ଲକ୍ଷ୍ୟ କରି ପରୀକ୍ଷାର୍ଥୀଙ୍କ ପାଇଁ କେତେକ ନିୟମାବଳୀ ଜାରିକରିଛି। ଚଳିତ ବର୍ଷ ବିଦ୍ୟାର୍ଥୀ ଗ୍ଲୋବସ୍‍ ଏବଂ ମାସ୍କ ପିନ୍ଧି ପରୀକ୍ଷା ଦେବେ। ଏନେଇ ଛାତ୍ରଛାତ୍ରୀଙ୍କ ଅବଗତି ନିମନ୍ତେ ଏନ୍‍ଟିଏ ପକ୍ଷରୁ ନିର୍ଦେଶନାମା ପ୍ରକାଶ ପାଇଛି।

ସରକାରୀ ଏବଂ ବେସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଏମ୍‍ବିବିଏସ୍‍ ଏବଂ ବିଡିଏସ୍‍ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ସେପ୍ଟେମ୍ବର ୧୩ରେ ନିଟ୍‍ ପରୀକ୍ଷା ଅନୁଷ୍ଠିତ ହେବ। ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟାନ୍ତ ପରୀକ୍ଷା ଚାଲିବ। ପରୀକ୍ଷା ଦେବା ପାଇଁ ମୋଟ୍‍ ୧୫,୯୭,୪୩୩ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ସୁରକ୍ଷିତ ପାଇଁ ଏନ୍‍ଟିଏ ପୂର୍ବରୁ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାକୁ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେଇଥିଲା।

- Advertisement -

ପଞ୍ଜୀକରଣ କରିଥିବା ବିଦ୍ୟାର୍ଥୀଙ୍କ ମଧ୍ୟରୁ ୯୯.୮୭ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରି ନଥିବାବେଳେ ୯୫ ହଜାର ବିଦ୍ୟାର୍ଥୀ କେନ୍ଦ୍ର ପରିବର୍ତ୍ତନ କରିଛନ୍ତି। ଖୁବ୍‍ ଶୀଘ୍ର ଆଡମିଟ୍‍ କାର୍ଡ ଡାଉନ୍‍ଲୋଡ କରିବାକୁ ଛାତ୍ରଛାତ୍ରୀଙ୍କୁ ଅନୁମତି ଦିଆଯିବ ବୋଲି ପ୍ରକାଶିତ ନିର୍ଦେଶନାମାରେ ଉଲ୍ଲେଖ କରାଯାଇଛି।

କେନ୍ଦ୍ର ବାହାରେ ଯାଞ୍ଚ ଅଧିକାରୀ ଲମ୍ବା ଡିଟେକ୍ଟର ସାହାଯ୍ୟରେ ପରୀକ୍ଷାର୍ଥୀଙ୍କୁ ଯାଞ୍ଚ କରିବେ। ଏହି ସମୟରେ ଅଧିକାରୀ ଜଣଙ୍କ ଛାତ୍ରଛାତ୍ରୀଙ୍କୁ ଛୁଇଁ ପାରିବେ ନାହିଁଁ। ପ୍ରବେଶ କରିବାବେଳେ ଛାତ୍ରଛାତ୍ରୀଙ୍କ ତାପମାତ୍ରା ମାପ କରାଯିବ। ଶରୀର ସାଧାରଣ ତାପମାତ୍ରାଠାରୁ ଅଧିକ ରହିଲେ ସ୍ୱତନ୍ତ୍ର କୋଠରୀରେ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯିବ। ସିଟ୍‍ ପାଖରେ ୫୦ଏମଏଲ ସାନିଟାଇଜର ସହିତ ସ୍ୱଚ୍ଛ ପାଣି ବୋତଲ ରଖିପାରିବେ ଛାତ୍ରଛାତ୍ରୀ। କେନ୍ଦ୍ର ଭିତରେ ଛାତ୍ରଛାତ୍ରୀଙ୍କୁ ପାଣି ଦିଆଯିବ ନାହିଁ। ହଲ୍‍ ଭିତରେ ପରୀକ୍ଷା ନିରୀକ୍ଷକଙ୍କ ଗମନାଗମନକୁ କମ୍‍ କରାଯିବ।
କେନ୍ଦ୍ର ଭିତରେ ଏବଂ ବାହାରେ ଡଷ୍ଟବିନ୍‍ ରହିବ। ଏହାକୁ ଛାତ୍ରଛାତ୍ରୀ ଗୋଡ଼ରେ ବ୍ୟବହାର କରିବେ। ପରୀକ୍ଷାର୍ଥୀଙ୍କ ପାଖରୁ ଦସ୍ତଖତ ନିଆଯିବ। ଆଙ୍ଗୁଳି ଛାପ ନିଆଯିବ ନାହିଁଁ। କେନ୍ଦ୍ରକୁ ସାନିଟାଇଜ କରାଯିବ ବୋଲି ଏନ୍‍ଟିଏ ପକ୍ଷରୁ କୁହାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories