www.samajalive.in
Sunday, December 14, 2025
23.1 C
Bhubaneswar

ନିଟ୍‍ ପରୀକ୍ଷାରେ ଶୂନ: ମିଳିଲା ଡାକ୍ତରୀ ପାଠ୍ୟକ୍ରମରେ ଭର୍ତ୍ତି ହେବାର ସୁଯୋଗ

ନୂଆଦିଲ୍ଲୀ: ଏମବିବିଏସ ପାଠ୍ୟକ୍ରମରେ ଭର୍ତ୍ତି ହେବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ନିଟ୍‍ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହେବାକୁ ପଡ଼େ। ତେବେ ୨୦୧୭ରେ ଏଭଳି ଛାତ୍ରଛାତ୍ରୀଙ୍କୁ ଘରୋଇ ଡାକ୍ତରୀ ପାଠ୍ୟକ୍ରମରେ ଭର୍ତ୍ତି ହେବାର ସୁଯୋଗ ମିଳିଛି ଯେଉଁମାନଙ୍କ ନିଟ୍‍ ପରୀକ୍ଷାରେ ନମ୍ବର ଶୂନ କିମ୍ବା ତାଠାରୁ କମ୍‍(ନେଗେଟିଭ ମାର୍କିଂ) ରହିଛି। ମିଳିଥିବା ତଥ୍ୟ ଅନୁଯାୟୀ ୪୦୦ଛାତ୍ରଛାତ୍ରୀ ଯେଉଁମାନେ ଫିଜିକ୍ସ ଓ କେମିଷ୍ଟ୍ରୀ ପରି ବିଷୟରେ ସିଙ୍ଗଲ ଡିଜିଟ୍‍ ନମ୍ବର ରଖିଥିଲେ ମଧ୍ୟ ସେମାନଙ୍କୁ ଘରୋଇ ଡାକ୍ତରୀ ପାଠ୍ୟକ୍ରମରେ ଭର୍ତ୍ତି ହେବାର ସୁଯୋଗ ମିଳିଛି। ୧୧୦ଛାତ୍ରଛାତ୍ରୀଙ୍କୁ ଶୂନ ମିଳିଥିଲେ ମଧ୍ୟ ସେମାନଙ୍କୁ ଦେଶର ବିଭିନ୍ନ ଘରୋଇ ଡାକ୍ତରୀ ଶିକ୍ଷାନୁଷ୍ଠାନରେ ଭର୍ତ୍ତି ହେବାର ସୁଯୋଗ ମିଳିଛି।
ତେବେ ଡାକ୍ତରୀ ପାଠ୍ୟକ୍ରମ ନିୟମ ଅନୁଯାୟୀ ନିଟ୍‍ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହେବାକୁ ହେଲେ ଜଣେ ଛାତ୍ରଙ୍କୁ ପ୍ରତିଟି ବିଷୟରେ ଅନ୍ତତଃପକ୍ଷେ ୫୦ପ୍ରତିଶତରୁ ଊଦ୍ଧ୍ୱର୍ ନମ୍ବର ରଖିବାକୁ ପଡ଼ିଥାଏ। ତେବେ ୨୦୧୭ରେ ନିଟ ପରୀକ୍ଷାରେ ୭୨୦ ନମ୍ବରରୁ ୧୫୦ନମ୍ବର ଆଣିଥିବା ଛାତ୍ରଛାତ୍ରୀଙ୍କୁ ଭର୍ତ୍ତି ହେବାର ସୁଯୋଗ ଦିଆଯାଇଛି। ଏଭଳି ୫୦୩ଛାତ୍ରଛାତ୍ରୀଙ୍କ ନମ୍ବର ଉପରୋକ୍ତ ବିଷୟରେ ଶୂନ ଅଥବା ତା’ଠାରୁ କମ୍‍ ନମ୍ବର ରହିଥିଲେ ମଧ୍ୟ ସେମାନଙ୍କୁ ଘରୋଇ ମେଡିକାଲରେ ଭର୍ତ୍ତି ହେବାର ସୁଯୋଗ ମିଳିଛି। ଏଭଳି ୫୦୭ଖଣ୍ଡ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ମେଡିକାଲ ପାଠ୍ୟକ୍ରମରେ ଭର୍ତ୍ତି କରାଯାଇ ଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିକ୍ଷାନୁଷ୍ଠାନ ଡିମ୍‍ଡ଼ ବିଶ୍ୱବିଦ୍ୟାଳୟ ଅଧୀନ। ମେଡ଼ିକାଲ ପାଠ୍ୟକ୍ରମ ପାଇଁ ଘରୋଇ ଶିକ୍ଷାନୁଷ୍ଠାନମାନେ ୧୭ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଛାତ୍ରଛାତ୍ରୀଙ୍କଠାରୁ ଆଦାୟ କରୁଛନ୍ତି। ସେଗୁଡ଼ିକ ମଧ୍ୟରୁ ହଷ୍ଟେଲ, ଲାଇବ୍ରେରୀ ପରି ସୁଯୋଗ ପାଇଁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ଟଙ୍କା ପ୍ରଦାନ କରିବାକୁ ପଡ଼େ। ଏଭଳି କ୍ଷେତ୍ରରେ ଆଗାମୀ ଦିନରେ ଦେଶରେ ଚିକିତ୍ସା ପଦ୍ଧତିକୁ ନେଇ ଆଶଙ୍କା ଦେଖାଦେଇଛି ନିଶ୍ଚୟ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories