www.samajalive.in
Saturday, December 6, 2025
23.1 C
Bhubaneswar

ଖଲିସ୍ଥାନ ନେତା ଓ ସିଧୁଙ୍କ ଫଟୋକୁ ନେଇ ହଇଚଇ, ଇସ୍ତଫା ଦାବି କଲା ଅକାଳି ଦଳ

ନୂଆଦିଲ୍ଲୀ : ଖାଲିସ୍ଥାନ ନେତା ଗୋପାଳ ସିଂହ ଚାୱଲା ଓ ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଧୁଙ୍କ ଫଟୋକୁ ନେଇ ପଞ୍ଜାବ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଖାଲିସ୍ଥାନ ନେତା ଗୋପାଳ ସିଂହ ଚାୱଲା ଗୁରୁବାର ନିଜ ଫେସ୍‍ବୁକ୍‍ ଆକାଉଣ୍ଟରେ ଏହି ଫଟୋ ଅପଲୋଡ଼ କରିଛି। ଏହାକୁ ନେଇ ଅକାଳି ଦଳ ରାଜ୍ୟ ମନ୍ତ୍ରୀ ପଦରୁ ସିଧୁଙ୍କୁ ଇସ୍ତଫା ଦାବି କରିଛନ୍ତି । ଦିଲ୍ଲୀର ଅକାଳି ଦଳ ବିଧାୟକ ମନଜିନ୍ଦର ସିଂହ ସିର୍ସା ଏନେଇ ଏକ ଟ୍ୱିଟ୍‍ କରି କହିଛନ୍ତି ଯେ ‘ଗୋଟିଏ ଗ୍ରୁପ ଫଟୋରେ ନରେନ୍ଦ୍ର ମୋଦୀଙ୍କଠାରୁ ବହୁତ ଦୂରରେ ଥିବା ନିରବ ମୋଦୀଙ୍କୁ ନେଇ ହଙ୍ଗାମା କରୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଫଟୋକୁ ନେଇ କ’ଣ କହିବେ। ସେ ମୋଦୀଙ୍କୁ କ୍ଷମା ମାଗନ୍ତୁ, ନଚେତ୍‍ ସିଧୁଙ୍କୁ ଦଳରୁ ନିଲମ୍ବନ କରନ୍ତୁ।
ଉଲ୍ଲେଖଯୋଗ୍ୟ ଯେ କରତାରପୁର କରିଡର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ପଞ୍ଜାବ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଧୁ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତ ସହିତ ଶାନ୍ତି ସ୍ଥାପନ କଥା କହୁଥିଲାବେଳେ ପାକିସ୍ତାନ ସେନାଧ୍ୟକ୍ଷ କାମାର ବାଜୱା ଖାଲିସ୍ଥାନ ନେତା ଗୋପାଳ ସିଂହ ଚାୱଲାଙ୍କୁ କୋଳାଗ୍ରତ ପୂର୍ବକ ଖୁସିଗପ କରୁଥିବା ଦେଖିବାକୁ ମିଳିଥିଲା। ଗୋପାଳ ଚାୱଲାର କୁଖ୍ୟାତ ଲସ୍କର-ଇ-ତୋଇବା ଆତଙ୍କବାଦୀ ହାଫିଜ ସୟିଦ ଓ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‍ଆଇ ସହିତ ଉତ୍ତମ ସମ୍ପର୍କ ରହିଛି। ଅମୃତସରଠାରେ ନିରଙ୍କରୀ ଭକ୍ତ ସମ୍ମିଳନୀ ଉପରେ ଗ୍ରେନେଡ଼ ମାଡ଼ ଘଟଣାରେ ଖଲିସ୍ଥାନୀଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଥିଲାବେଳେ ସିଧୁଙ୍କ ସହ ତାଙ୍କ ଫଟୋ ଚର୍ଚ୍ଚାର ବିଷୟ ହୋଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories