www.samajalive.in
Sunday, December 14, 2025
23.1 C
Bhubaneswar

ତୃତୀୟ ମହଲାରୁ ଖସି ଛାତ୍ର ଗୁରୁତର

ଭୋପାଳ, ୩୧ା୧୦: ମଧ୍ୟପ୍ରଦେଶ ଭୋପାଳର ମାଖନଲାଲ ବିଶ୍ବବିଦ୍ୟାଳୟରେ ଜଣେ ଛାତ୍ର ତୃତୀୟ ମହଲାରୁ ପଡି ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଛାତ୍ରଙ୍କ ନାଁ ଦିବ୍ୟାଂଶ ଚୋକସୀ ବୋଲି ଜଣାପଡିଛି। ଶ୍ରେଣୀ ଗୃହରୁ ବାହାରିବା ସମୟରେ ଅସାବଧାନତା ବଶତଃ ଗୋଡ ଖସିଯିବାରୁ ଏହି ଅଘଟଣ ଘଟିଯାଇଥିଲା। ତାଙ୍କୁ ପ୍ରଥମେ ଗୀତାଞ୍ଜଳି ଓ ପରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିବ୍ୟାଂଶଙ୍କ ନିଜ ଘର ରାୟସେନ ଜିଲାରେ, ସେ ଭୋପାଳରେ ରହି ମଖନଲାଲ ବିଶ୍ବବିଦ୍ୟାଳୟରେ ପଢୁଥିଲେ। ସେ ସାମାଜିକ ଗଣମାଧ୍ୟମରେ ମଧ୍ୟ ବହୁତ ସକ୍ରିୟ। ‘ଏନସିଆରଟି’ ଜ୍ଞାନ ନାମକ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୫ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories