www.samajalive.in
Monday, December 15, 2025
26.1 C
Bhubaneswar

ପୋଖରୀରୁ ଧରାହେଲା ବିରାଟ କୁମ୍ଭୀର

ପଟ୍ଟାମୁଣ୍ଡାଇ: ପୁଣି ପଟ୍ଟାମୁଣ୍ଡାଇରେ କୁମ୍ଭୀର ଆତଙ୍କ। ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ୧୫ନଂ ୱାର୍ଡ ଅଳଭା ଗ୍ରାମରେ ବିଶ୍ୱନାଥ ନାୟକଙ୍କ ପୋଖରୀରୁ ଧରାହୋଇଛି ୧୦ ଫୁଟ ଲମ୍ବର କୁମ୍ଭୀର। ବନ ବିଭାଗ କର୍ମଚାରୀ କୁମ୍ଭୀରକୁ ଧରିନେଇଛନ୍ତି।

ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତିରେ ରାଜନଗର-ପଟ୍ଟାମୁଣ୍ଡାଇ ମୁଖ୍ୟ ରାସ୍ତାର ଅଳଭା ଗାଁ ନିକଟରେ ଏକ ବିରାଟ କୁମ୍ଭୀର ଶୋଇଥିବା ଜଣେ ଟ୍ରକ ଚାଳକ ଦେଖି ଟ୍ରକ ଅଟକାଇ ଥିଲେ। ସ୍ଥାନୀୟ ଲୋକେ ଆସିଯିବାରୁ କୁମ୍ଭୀରଟି ନିକଟରେ ଥିବା ପୋଖରୀକୁ ପଶିଯାଇଥିଲା। ଶୁକ୍ରବାର ସକାଳୁ କୁମ୍ଭୀର ଭାସୁଥିବା ଖବର ପାଇ ଲୋକଙ୍କ ଭିଡ଼ ଲାଗିବା ସହିତ ବନ ବିଭାଗକୁ ଖବର ଦେଇଥିଲେ। ପୋଖରୀରେ ଛଡା ଯାଇଥିବା ଲକ୍ଷାଧିକ ଟଙ୍କାର ମାଛକୁ କୁମ୍ଭୀର ଖାଉଥିବା ନେଇ ଅଭିଯୋଗ କରିଛନ୍ତି ମାଛ ଚାଷୀ। ଏ ନେଇ ବନ ବିଭାଗ କ୍ଷତି ପୂରଣ ଦେବା ପାଇଁ ଦାବି ହୋଇଛି। ତେବେ ବ୍ରାହ୍ମଣୀରେ କୁମ୍ଭୀର ଆତଙ୍କ ଲାଗି ରହିଥିବା ବେଳେ ଏବେ କୁମ୍ଭୀର ଗାଁ ମୁହାଁ ହୋଇଥିବାରୁ ସାଧାରଣ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଅନ୍ୟପଟେ ବନ ବିଭାଗ ଅଧିକାରୀ ଗାଁରେ ପହଞ୍ଚି ଜାଲ ଦ୍ୱାରା କୁମ୍ଭୀରକୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା କୁମ୍ଭୀରକୁ ଡାଙ୍ଗମାଳ ସେକ୍ସନରେ ଛଡ଼ାଯିବ ବୋଲି ସୂଚନା ଦେଇଛନ୍ତି ଫରେଷ୍ଟର ପ୍ରଦୀପ୍ତ କୁମାର ସ୍ୱାଇଁ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories