www.samajalive.in
Saturday, December 6, 2025
23.1 C
Bhubaneswar

କୋଭିଡ଼ ସଙ୍ଗରୋଧ ନିୟମ ଉଲ୍ଲଙ୍ଘନ: ଛାତ୍ରୀଙ୍କୁ ୬.୩୪ ଲକ୍ଷ ଟଙ୍କା ଜୋରିମାନା

ଜର୍ସି: କୋଭିଡ -୧୯ ନିୟମ ଉଲ୍ଲଂଘନ କରିବା ଯୋଗୁଁ ବ୍ରିଟେନର ଜଣେ ଛାତ୍ରୀଙ୍କୁ ମହଙ୍ଗା ପଡ଼ିଛି । ତାଙ୍କୁ ୬.୩୪ ଲକ୍ଷ ଟଙ୍କା ଜୋରିମାନାରେ ଦଣ୍ଡିତ କରାଯାଇଛି । କୋଭିଡ଼ ନିୟମ ଭାଙ୍ଗିଥିବା ସଂକ୍ରାନ୍ତ ଖବର ଅଧିକାରୀମାନଙ୍କୁ ଇନଷ୍ଟାଗ୍ରାମରୁ ମିଳିଥିଲା । ଛାତ୍ରୀଜଣକ  ବ୍ରିଟେନରୁ ମାଞ୍ଚେଷ୍ଟାର ଯାଇଥିଲେ ଏବଂ ଏହି ସମୟରେ ସେ ସଙ୍ଗରୋଧରେ ରହିବା ଉଚିତ୍ ଥିଲା । ମାତ୍ର ସେ ନିୟମ ଭାଙ୍ଗିିଥିବା ସୂଚନା ମିଳିଥିଲା ।   ୨୨ ବର୍ଷିୟ କ୍ୟାରିସ୍ ଆନ୍ ଇନଗ୍ରାମ ତାଙ୍କ ପରିବାରକୁ ଦେଖା କରିବା ପାଇଁ ଅକ୍ଟୋବର ୧୨ରେ ମଞ୍ଚେଷ୍ଟରରୁ ବିମାନରେ  ଜର୍ସି  ପହଞ୍ଚିଥିଲେ। ତା’ପରେ ନିୟମ ଅନୁଯାୟୀ ପାଞ୍ଚ ଦିନ ପରେ ହେବାକୁ ଥିବା ଦ୍ୱିତୀୟ ନକାରାତ୍ମକ ପରୀକ୍ଷା ପର୍ଯ୍ୟନ୍ତ ତାଙ୍କୁ ଘରେ ଅଲଗା କରିବାକୁ ପଡିଲା। କିନ୍ତୁ ସହରରେ ପହଞ୍ଚିବାର ତିନି ଦିନ ପରେ ସେ ସପିଂ କରୁଥିବା ଦେଖିବାକୁ ମିଳିଥିଲା। ପ୍ରକୃତରେ, ବିମାନରେ ତାଙ୍କ ସହ ଆସୁଥିବା ଯାତ୍ରୀ କୋଭିଡ -୧୯ ପଜିଟିଭ ବୋଲି ଜଣାପଡିଛି। ନିଜକୁ ଅଲଗା କରିବା ଏବଂ ଯାତ୍ରା ତାରିଖର ୮ ଦିନ ପରେ ଆଉ ଏକ ପରୀକ୍ଷା ଦେବାକୁ କ୍ୟାରିସଙ୍କ ସହ ଯୋଗାଯୋଗ କରିଥିଲେ । ମାତ୍ର କ୍ୟାରିସ କୌଣସି ଉତ୍ତର ଦେଇ ନ ଥିଲେ । ପ୍ରଥମ ଥର ସେ ସପିଂ କରିବାକୁ, ଦ୍ୱିତୀୟ ଥର ଖାଦ୍ୟ ଖାଇବାକୁ ରେଷ୍ଟୁରାଣ୍ଟକୁ ଯାଇଥିଲେ । ଏହାପରେ ସେ ଏକ ସାଙ୍ଗଙ୍କ ଘରକୁ ମଧ୍ୟ ଯାଇଥିଲେ | ଯେତେବେଳେ କୋଭିଡ -୧୯ ପରୀକ୍ଷା କରୁଥିବା ଦଳ ତାଙ୍କ ଘରେ ପହଞ୍ଚିଥିଲେ, ସେତେବେଳେ ତାଙ୍କର ଦେଖା ମିଳି ନ ଥିଲା । ଏଥିପାଇଁ ଅଧିକାରୀମାନେ ତାଙ୍କୁ ଦୁଇଥର ନିୟମ ଉଲ୍ଲଂଘନ କରି ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ୬୬୦୦ ପାଉଣ୍ଡ (ଭାରତୀୟ ଟଙ୍କା ୬.୩୪ ଲକ୍ଷ) ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜୋରିମାନା ନ ଦେଲେ ତାଙ୍କୁ ୨୪ ସପ୍ତାହ ଜେଲରେ ରହିବାକୁ ପଡିବ ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories