www.samajalive.in
Saturday, December 6, 2025
15.1 C
Bhubaneswar

ଗଞ୍ଜେଇ ଜବତ, ଜଣେ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ଗୋଛାପଡ଼ା ଥାନା ଅନ୍ତର୍ଗତ ଗୋଛାପଡ଼ାଠାରେ ପୁଲିସ୍‍ ତନଖୀ ବେଳେ ୨୮ କେଜି ଗଞ୍ଜେଇ ଜବତ କରିବା ସହିତ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ନାମ ଅବଦୁଳ୍‍ ସାଜିଦ୍‍ ଖାନ୍‍(୪୦) ଓ ତାଙ୍କର ଘର ଜାଜପୁର ଜିଲା ଅନ୍ତର୍ଗତ ପାଣିକୋଇଲି ବୋଲି ଥାନା ଅଧିକାରୀ ତୃପ୍ତି ରଂଜନ ନାୟକ ସୂଚନା ଦେଇଛନ୍ତି। ଏଥି ସହିତ ଏକ ବାଇକ୍‍କୁ ମଧ୍ୟ ପୁଲିସ୍‍ ଜବତ କରିଛି। ଏନେଇ କେସ ନଂ ୭୫/୨୦ରେ ଏକ ମାମଲା ରୁଜୁକରି ଅଭିଯୁକ୍ତି କୋର୍ଟ ଚାଲାଣ କରାଯାଇଛି। ସେହିଭଳି ଗତ ୧୫ ତାରିଖରେ ଗୋଛାପଡ଼ା ପୁଲିସ୍‍ ଏକ ଗଂଜେଇ ଚାଲାଣ ମାମଲାରେ ବେଲପଥର ନିକଟରେ ଏକ ବୋଲେର ଗାଡ଼ି ସହିତ ୫୧ କେଜି ଗଂଜେଇ ଜବତ କରିବା ସହିତ ଏହି ଘଟଣାର ଜଣକୁ ଗିରଫ କରିଥିଲା। ଘଟଣା ସ୍ଥଳରୁ ଜଣେ ଫେରାର୍‍ ହୋଇଯାଇଥିବା ବେଳେ ଆଜି ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories