www.samajalive.in
Saturday, December 13, 2025
18.1 C
Bhubaneswar

ଛାତ୍ରକୁ ପିଟିପିଟି ମାରିଦେଲେ ଶିକ୍ଷକ

ଚୁରୁ: ରାଜସ୍ଥାନର ଚୁରୁ ଜିଲା ଅନ୍ତର୍ଗତ ସାଲାସାରଠାରେ ଜଣେ ଘରୋଇ ବିଦ୍ୟାଳୟ ଶିକ୍ଷକ ପାଠ ଶେଷ କରି ନ ଥିବାରୁ ୧୩ବର୍ଷୀୟ ସପ୍ତମ ଶ୍ରେଣୀ ଛାତ୍ରକୁ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ପିଲାଟି ମରିଯିବା ପରେ ତା’ ବାପାଙ୍କୁ ‘ସେ ମରିଯିବାର ଅଭିନୟ କରୁଛି’ ବୋଲି କହିବା ଆହୁରି ବିସ୍ମୟ ସୃଷ୍ଟି କରିଛି। ମନୋଜ କୁମାର ନାମକ ସମ୍ପୃକ୍ତ ଶିକ୍ଷକଙ୍କୁ ପୁଲିସ ଗିରଫ କରିଛି। ମୃତ ଛାତ୍ରର ବାପା ଓମ୍‌ ପ୍ରକାଶଙ୍କ କହିବାନୁସାରେ ପୁଅ ଗତ ୧୫ ଦିନ ମଧ୍ୟରେ ପ୍ରାୟ ୫ଥର ଶିକ୍ଷକ ବିନା କାରଣରେ ବାରମ୍ବାର ପିଟୁଥିବାର ଅଭିଯୋଗ କରିଥିଲା।

ବୁଧବାର ସକାଳ ପ୍ରାୟ ୯ଟାରେ ପୁଅ ଅଚେତ ହୋଇଯିବା ସମ୍ପର୍କରେ ଫୋନ୍‌ କରି ଶିକ୍ଷକ ତାଙ୍କୁ ଜଣାଇଥିଲେ। ଜମିରେ ଥିବା ଓମ୍‌ ପ୍ରକାଶ ପତ୍ନୀଙ୍କ ସହ ଶିକ୍ଷକଙ୍କ ଘରେ ପହଞ୍ଚି ପୁଅ ନିସ୍ତେଜ ହୋଇ ପଡ଼ିଥିବା ଦେଖିଥିଲେ। ଉପସ୍ଥିତ ଅନ୍ୟ ଛାତ୍ରଛାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଥିଲେ। ଶିକ୍ଷକ ତାଙ୍କୁ ‘ଆପଣଙ୍କ ପୁଅ ପାଠ ଶେଷ କରି ନ ଥିବାରୁ ମୁଁ ତାକୁ ପିଟିଥିଲି। ଏଥିରେ ସେ ପେଖନା କାଢ଼ିବା ସହ ମରିଯିବାର ଅଭିନୟ କରି ପଡ଼ିରହିଛି’ ବୋଲି କହିଥିଲେ। ଅନ୍ୟ ପିଲାଙ୍କ କହିବାନୁସାରେ ଶିକ୍ଷକ ଅତି ନିର୍ଦୟ ଭାବେ ବାଡ଼ିରେ ପିଟିବା ସହ ଶରୀରରେ କଣ୍ଟା ଫୋଡ଼ି ଥିବା କହିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories