www.samajalive.in
Saturday, December 13, 2025
27.1 C
Bhubaneswar

ଛାତ୍ରଛାତ୍ରୀଙ୍କୁ ସରକାର ବିଭ୍ରାନ୍ତ ନ କରନ୍ତୁ

ବଲାଙ୍ଗିର: ପଶ୍ଚିମାଞ୍ଚଳର ସର୍ବପୁରାତନ ରାଜେନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରିଥିଲେ ମଧ୍ୟ ଶିକ୍ଷାନୁଷ୍ଠାନରେ ପ୍ରଚଳିତ କୋର୍ସ ଛାତ୍ରଛାତ୍ରୀ ନପାଇବା ଆଶ୍ଚର୍ଯ୍ୟର ବିଷୟ। ପ୍ରଥମେ ୨୦୧୯-୨୦ ଶିକ୍ଷାବର୍ଷରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ସରକାରଙ୍କ ମନ୍ତ୍ରୀ କହିଥିବା ବେଳେ ଏବେ ଆଉ ଜଣେ ମନ୍ତ୍ରୀ ପୁଣି ଆଉ ବର୍ଷେ ଘୁଞ୍ଚେଇ ଦେଇଛନ୍ତି। ଏପରିକି ଯେଉଁ ବିଭାଗରେ ଏମଏ, ଏମଫିଲ ଖୋଲାଯାଇଥିଲା ତାହା ନାମକୁ ମାତ୍ର ବୋଲି ଜଣାପଡିଲା ପରେ ଏବେ ବଲାଙ୍ଗିର ଜିଲାର ଜନସାଧାରଣ, ଛାତ୍ରଛାତ୍ରୀ, ଶିକ୍ଷାବିତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚଳିତ ଶିକ୍ଷା ବର୍ଷରେ ଅନେକ ଛାତ୍ରଛାତ୍ରୀ ନାମ ଲେଖାଇ ନ ପାରିବା ପରେ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ଏହା କେମିତିକା ସରକାରୀ ନିଷ୍ପତ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ପର୍ଯ୍ୟାପ୍ତ ପରିମାଣରେ ଅଧ୍ୟାପକ/ଅଧ୍ୟାପିକା ବିଭିନ୍ନ ବିଭାଗରେ ଖାଲି ପଡିଥୋିବା ବେଳେ ପିଲାଙ୍କୁ ପାଠ ପଢାଇବ କିଏ ବୋଲି ବୁଦ୍ଧିଜୀବୀ, ଶିକ୍ଷାବିତ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ, ଗତ ଓଡିଶା ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଗସ୍ତରେ ଆସି ୨ ମାର୍ଚ୍ଚ ୨୦୧୯ ତାରିଖରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଗେଜେଟ ବିଜ୍ଞପ୍ତି ଜାରିକରି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ମାନ୍ୟତା ଦେଇ ବିଶ୍ୱବିଦ୍ୟାଳୟ ଘୋଷଣା କରିଛନ୍ତି। ୭୫ ବର୍ଷିଆ ସ୍ୱଂୟଚାଳିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଲା ପରେ ବଲାଙ୍ଗିର ସମେତ ପଶ୍ଚିମ ଓଡିଶାବାସୀ ବହୁତ ଖୁସି ହୋଇଥିଲେ। ହେଲେ ଗତ ୫ ମାସ ଧରି ଛାତ୍ରଛାତ୍ରୀ ଏବଂ ଜନସାଧାରଣ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କାର୍ଯ୍ୟକାରୀତା ପାଇଁ ଅପେକ୍ଷାରେ ରହିଛନ୍ତି। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସ୍ୱଂୟଚାଳିତ ହୋଇଥିବାରୁ ସମସ୍ତ ଶିକ୍ଷଣ ବ୍ୟବସ୍ଥା ରହିଛି ଏବଂ କେବଳ କୁଳପତି ନିଯୁକ୍ତି କରି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା କଲେ ମାନ୍ୟତା ଆରମ୍ଭ ହୋଇଯିବ ବୋଲି କୁହାଯାଉଥିଲା। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ମାନ୍ୟତା ଘୋଷଣାରେ ହିଁ ସିମୀତ ରହିଗଲା। ଆଜି ଭିଲେଜର୍ସ ଇଣ୍ଡିଆ ପାର୍ଟି ଅଧ୍ୟକ୍ଷ ଡ. ବିପିନ କୁଶୁଲିଆଙ୍କ ସହ ଦ୍ୱିଜ ଦଳପତି, ହରି ନନ୍ଦ, ନରେନ୍ଦ୍ର ପଟେଲ, ସୁକାନ୍ତ ନନ୍ଦ, ଜଗଦିଶ ବିଭାର, କାଳିନ୍ଦ୍ରୀ ମାଝୀ,ଅଶୋକ ଦାଶ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories