www.samajalive.in
Saturday, December 6, 2025
14.1 C
Bhubaneswar

ଭୂକମ୍ପରେ ଥରିଲା କଲକାତା

କଲକାତା: କଲକାତା ଏବଂ ସିଲିଗୁଡିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଉତ୍ତର-ପୂର୍ବ ଭାରତର ପଶ୍ଚିମବଙ୍ଗର କଲକାତାରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଆଜି ଦିନ ୧୦ଟା ୧୦ରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ରହିଥିବା ସୂଚନା ମିଳିଛି, ରିକ୍ଟର ସେଲରେ ତୀବ୍ରତା ୫.୫ ରେକର୍ଡ କରାଯାଇଛି । ମାଲଦା, କୁଚବିହାର, ନଦିଆ ଏବଂ ଦକ୍ଷିଣ ଦିନାଜପୁରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି ।

ଭୂକମ୍ପ ବେଳେ ଲୋକମାନେ ନିଜ ଘର, କାର୍ଯ୍ୟାଳୟ ଏବଂ କୋଡା ଛାଡି ରାସ୍ତାକୁ ପଳାଇ ଆସିଥିଲେ । ଯଦିଓ କୌଣସି ମୃତାହତର ରିପୋର୍ଟ ମିଳିନାହିଁ ଏବଂ ଏହି ଭୂମିକମ୍ପ କେବଳ କିଛି ସମୟ ପାଇଁ ରହିଥିଲା, ତଥାପି ହଠାତ୍‌ ଭୂକମ୍ପ ଲୋକଙ୍କୁ ଭୟଭୀତ କରି ଦେଇଥିଲା ।

- Advertisement -

ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (NCS) ଅନୁଯାୟୀ, ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ୫.୫ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି, ଯାହାର ଝଟକା ଭାରତର ପଶ୍ଚିମ ବଙ୍ଗ ପର୍ଯ୍ୟନ୍ତ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଢାକାର ରାଜଧାନୀ ନରସିଙ୍ଗଡିରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୧୩ କିଲୋମିଟର ଦୂରରେ ୧୦କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା, ଯାହା ଫଳରେ ଭାରତ ପର୍ଯ୍ୟନ୍ତ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ବାଂଲାଦେଶରେ କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତି ହୋଇ ନଥିବା ବେଳେ, ଏହି ଭୂମିକମ୍ପ ଲୋକଙ୍କୁ ଭୟଭୀତ କରି ଦେଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories