www.samajalive.in
Monday, December 15, 2025
26.1 C
Bhubaneswar

କାଳବୈଶାଖୀରେ ଜଣେ ମୃତ

କାମାକ୍ଷାନଗର : କାମାକ୍ଷାନଗର ଥାନା ନୂଆପାଣି ଗ୍ରାମରେ କଳାବୈଶାଖୀରେ ଜଣଙ୍କର ମୃତ୍ୟୁ ହୋଇଥିବାର  ଜଣାଯାଇଛି l ନୂଆପାଣି ଗ୍ରାମର ଅଚ୍ୟୁତ ଦିଆଣୀ ଗୁରୁବାର ଅପରାହ୍ନରେ ଟୋଲ ଗୋଟାଇବାକୁ ଯାଇଥିଲେ। ଅପରାହ୍ଣରେ କାଳବୈଶାଖୀ ହେବାରୁ ସେ ଅଞ୍ଚଳରେ ଥିବା ପ୍ରକାଶ ସାମଲଙ୍କ କୁକୁଡ଼ା ଫାର୍ମର ଆଜବେଷ୍ଟ ଉଡେଇ ନେଇଥିବାବେଳେ ଅଚ୍ୟୁତଙ୍କର କୌଣସି ସନ୍ଧାନ ମିଳି ପାରି ନଥିଲା l ଖୋଜାଖୋଜି ପରେ ଆଜି (ଶୁକ୍ରବାର) ଭୋର୍‌ ସମୟରେ କୁକୁଡ଼ା ଫାର୍ମ ନିକଟରେ ଅଚ୍ୟୁତଙ୍କର ମୃତଦେହ ପଡିଥିବାର ଗ୍ରାମବାସୀ ଦେଖିଥିଲେ। ଗ୍ରାମବାସୀ ପରିବାର ଲୋକଙ୍କୁ ଜଣାଇବା ପରେ ସେମାନେ ପୁଲିସକୁ ଖବର ଦେଇଥିଲେ l ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଛେଦର ବ୍ୟବସ୍ଥା କରିଥିବାର ଜଣାଯାଇଛି l

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories