www.samajalive.in
Friday, December 5, 2025
20.1 C
Bhubaneswar

ଓଏମଜି-୨ , ଗଦର-୨ ମଧ୍ୟରେ କଡା ଟକ୍କର! ଏହି ଦିନ ହେବ ରିଲିଜ..

ମୁମ୍ବଇ : ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ଫିଲ୍ମ ‘ବଡେ ମିଆଁ ଛୋଟେ ମିଆଁ’ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଟାଇଗର ଶ୍ରଫଙ୍କୁ ଦେଖିବାକୁ ମିଳିବ। ଏଥି ସହିତ ପ୍ରଶଂସକମାନେ ଅଭିନେତାଙ୍କ ଆଗାମୀ ଚଳଚ୍ଚିତ୍ର ଓଏମ୍‌‌ଜି -୨ କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କାରଣ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର ପ୍ରଥମ ଭାଗକୁ ବହୁତ ପସନ୍ଦ କରିଥିଲେ। ବର୍ତ୍ତମାନ ଓଏମ୍‌‌ଜି-୨ର ନିର୍ମାତାମାନେ ଏହି ଫିଲ୍ମର ରିଲିଜ୍ ତାରିଖ କହିଛନ୍ତି।
ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଓଏମ୍‌‌ଜ-୨ର ରିଲିଜ୍ ତାରିଖ ସ୍ଥିର କରାଯାଇଛି। ଏହି ଫିଲ୍ମ ୧୧ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଅକ୍ଷୟ କୁମାରଙ୍କ ଫିଲ୍ମ ,ସନ୍ନି ଦେଓଲଙ୍କ ଗଦର -୨ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ରହିଛି। ଏହା ପୂର୍ବରୁ ଅନେକ ଗଣମାଧ୍ୟମର ରିପୋର୍ଟ ସାମ୍ନାକୁ ଆସିଥିଲା ଯେ , ନିର୍ମାତାମାନେ ଫିଲ୍ମକୁ ସିଧାସଳଖ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରିବାକୁ ଚିନ୍ତା କରୁଛନ୍ତି। ବର୍ତ୍ତମାନ ବଲିଉଡ ଖିଲାଡି ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଓଏମ୍‌‌ଜ -୨ର ପୋଷ୍ଟର ରିଲିଜ କରିଥିବାବେଳେ ଫିଲ୍ମର ରିଲିଜ ତାରିଖ ଜଣାଇଛନ୍ତି।
ଅକ୍ଷୟ କୁମାର ନିଜେ ତାଙ୍କ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି। ଏହି ପୋଷ୍ଟରରେ ସେ ଦେହରେ ଭସ୍ମ ଲଗାଇଛନ୍ତି। ତାଙ୍କର ଲମ୍ବା କେଶ ଅଛି । ସେ ତଳକୁ ଚାହିଁ ଗୋଟିଏ ହାତ ଉଠାଇ ଏକ ଡମ୍ବରୁ ଧରିଛନ୍ତି । ଓଏମ୍‌‌ଜ -୨ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି। ଅକ୍ଷୟ କୁମାର ଏହି ଚଳଚ୍ଚିତ୍ରର କ୍ୟାପସନରେ ଲେଖିଛନ୍ତି, ଆ ରହେ ହେ ହମ୍, ଆଇଏଗା ଆପ୍ ଭୀ । ୧୧ ଅଗଷ୍ଟରେ ସିନେମା ଘରେ ଓଏମ୍‌‌ଜ- ୨। ଅକ୍ଷୟଙ୍କ ଏହି ପୋଷ୍ଟ ପଢିବା ପରେ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଥିବା ନଜର ଆସିଛନ୍ତି।
ଅକ୍ଷୟ କୁମାରଙ୍କ ସହ ଓଏମ୍‌‌ଜି -୨ରେ ୟାମି ଗୌତମ ଏବଂ ପଙ୍କଜ ତ୍ରିପାଠୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏଥର ଏହି ଚଳଚ୍ଚିତ୍ର ଶିକ୍ଷା ବ୍ୟବସ୍ଥା ଉପରେ ଆଧାରିତ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରଟିକୁ ବିପୁଲ ଶାହ, ରାଜେଶ ଶାହ, ଅଶ୍ୱିନ ଭର୍ଦେ ଏବଂ ଅକ୍ଷୟ କୁମାର ମିଳିତ ଭାବେ ତିଆରି କରିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଅମିତ ରାୟ। ଓଏମ୍‌‌ଜି , ୨୦୧୨ ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଏବଂ ପରେଶ ରାୱଲ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।
ଅଗଷ୍ଟ ୧୧ରେ କେବଳ ଓଏମ୍‌‌ଜି- ୨ ଏବଂ ଗଦର- ୨ ନୁହେଁ, ରଣବୀର କପୁରଙ୍କ ଆନିମଲ୍‌‌ ମଧ୍ୟ ଅଗଷ୍ଟ ୧୧ ରେ ମୁକ୍ତିଲାଭ କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ତିନୋଟି ଚଳଚ୍ଚିତ୍ର ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ। ଏହି ତିନୋଟି ଚଳଚ୍ଚିତ୍ର ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories