www.samajalive.in
Saturday, December 6, 2025
15.1 C
Bhubaneswar

ଛଟେଇ ମହିଳା ଠିକା ସ୍ୱାସ୍ଥ୍ୟକର୍ମୀଙ୍କୁ ପୁନଃ ନିଯୁକ୍ତି ଦାବି; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଚେତାବନୀ

ନବରଙ୍ଗପୁର: କୋଭିଡ-୧୯ ପାଇଁ ନବରଙ୍ଗପୁର ଜିଲ୍ଲାରେ ଅସ୍ଥାୟୀ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଛଟେଇ ପ୍ରତିବାଦରେ ଆଜି ନବରଙ୍ଗପୁର ଜିଲାପରିଷଦ ଉପାଧ୍ୟାକ୍ଷା ନିବେଦିତା ମହାନ୍ତିଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ପୁନଃ ନିଯୁକ୍ତି କିମ୍ବା ଥଇଥାନ କରା ନ ଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବା ପାଇଁ ଝରୀଗାଁ ବ୍ଲକର ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରମୁଖ ଚେତାବନୀ ଦେଇଥିବା ଜଣାପଡ଼ିଛି।

ବିଗତ ଦିନରେ ମହାମାରୀ କରୋନାର ମୁକାବିଲା ପାଇଁ ଜିଲ୍ଲାରେ ସମସ୍ତ ପଂଚାୟତ ସ୍ତରରେ ୧୯୬ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ସଂଖ୍ୟା ୬୦୨୭/୧୭୧୭ ରେ ପ୍ରକାଶ ପାଇବା ପରେ ଏହାର ପ୍ରକ୍ରିୟା ପ୍ରାୟ ଏକମାସ ଧରି ଚାଲିଥିଲା। ପରେ ଆମକୁ ବହିଷ୍କାର କରାଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର କର୍ଫ୍ୟୁ ଜାରି କରି ଲୋକଙ୍କୁ ଘରେ ରହିବା ପାଇଁ ସଚେତନ କରାଇବା ସମୟରେ ଆମେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବାରେ ଦିନରାତି କାମ କରିଥିଲୁ। ୩୮ ଦିନ ଚାକିରୀ କରାଇ ବିନା ସୁରକ୍ଷାରେ ସଂକ୍ରମିତ ବ୍ୟକ୍ତିଙ୍କ ସେବାରେ ଲଗାଇଥିଲେ। କିଛି ସ୍ୱାସ୍ଥ୍ୟକର୍ମୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନା ଯୋଦ୍ଧା ସମ୍ମାନ ଜଣାଇ ଅଧାରୁ ଚାକିରୀରୁ ବହିଷ୍କାର କରିଥିବା ଯୋଗୁଁ ଆମ ଭବିଷ୍ୟତ ନଷ୍ଟ ହୋଇଯାଇଛି। ନବରଙ୍ଗପୁର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ନିମ୍ନ ମାନର ଥିବାବେଳେ ବହୁ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମୀ ପଦବୀ ଖାଲି ପଡ଼ିଛି। ଆମକୁ ସେହି ଖାଲି ପଡ଼ିଥିବା ସ୍ଥାନରେ ନିଯୁକ୍ତି ଦିଆଯାଉ ନଚେତ ଆମେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଧାରଣାରେ ବସିବୁ ବୋଲି ପୁଷ୍ପାଞ୍ଜଳି ପାଣିଗ୍ରାହୀ, ତନୁଶ୍ରୀ ମୟୀ ମଲିକ, ପ୍ରଭାତୀ ପନକା ଏବଂ ଉର୍ବଶୀ ମାଝୀ ପ୍ରମୁଖ ଚେତାବନୀ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories