www.samajalive.in
Saturday, December 6, 2025
14.1 C
Bhubaneswar

ଜଳପ୍ରପାତରେ ଗାଧୋଇବା ବେଳେ ଭାସିଯାଇ ଦୁଇ ଇଞ୍ଜିନିୟରିଂ ଛାତ୍ର ନିଖୋଜ

ବଣାଇ/ରାଉରକେଲା: ବଣାଇ ଉପଖଣ୍ଡ ବାଦଲଗିରୀ ଜଳପ୍ରପାତରେ ଗାଧୋଉଥିବା ବେଳ ରାଉରକେଲାର ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ର ନିଖୋଜ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ବନୈକଲାରୁ ସୋଲ ଗ୍ରାମ୍ୟଉନ୍ନୟନ ରାସ୍ତା ସାପଲତାରୁ ୩କିମି ଦୂରରେ ଥିବା ଜଳପ୍ରପାତରେ ଏହି ଅଘଟଣ ଘଟିଛି।

ପ୍ରାଥମିକ ସୂଚନା ଅନୁସାରେ, ଆଜି ସକାଳେ ରାଉରକେଲାରୁ ୮ଜଣ ସାଙ୍ଗ ୪ଟି ସ୍କୁଟିରେ ଏହି ସ୍ଥାନକୁ ବୁଲିବାକୁ ଯାଇଥିଲେ। ବୁଲାବୁଲି ପରେ ଏହି ଜଳପ୍ରପାତରେ ଗାଧୋଇଥିଲେ। ଏହି ଜଳପ୍ରପାତରେ ଥିବା ୩ନମ୍ବର କୁଣ୍ଡରେ ୩ଜଣ ବନ୍ଧୁ ଗାଧୋଇବାକୁ ପଶିଥିଲେ। ପ୍ରଥମେ ଭିତରକୁ ପଶିଥିବା ଗୌରବ ବିଶ୍ୱକର୍ମା ବୁଡିଯିବା ବେଳେ ତାଙ୍କ ସହିତ ଥିବା ସାଇସ୍ୱରୁପ ଓ ଅନିମେଶ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଗୌରବଙ୍କୁ ଉଭୟ ଉଦ୍ଧାର କରିବାରେ ସଫଳ ହୋଇଥିବା ବେଳେ ସେମାନେ କିନ୍ତୁ ଏହି ଜଳପ୍ରପାତରେ ଥିବା ପଥର ଖୋଳର ସ୍ରୋତରେ ପଶି ଯାଇଥିଲେ। ସେମାନେ ଆଖି ପିଛୁଳାକେ ସ୍ରୋତରେ ଚାଲିଯିବାରୁ କୂଳରେ ଥିବା ଅନ୍ୟ ସାଙ୍ଗମାନେ ଉଭୟଙ୍କୁ ଉଦ୍ଧାର କରି ନ ପାରି ସ୍ଥାନୀୟ ଗ୍ରାମବାସୀଙ୍କୁ ଡାକିଥିଲେ। ତେବେ ଗ୍ରାମବାସୀ ଆସିବା ପରେ ସେମାନେ ଦୂରକୁ ଚାଲିଯାଇଥିବାରୁ ଆଉ ଖୋଜି ପାଇ ନ ଥିଲେ। ପରେ ଖବର ପାଇ ଘଟଣାସ୍ଥଳରେ ଗୁରୁଣ୍ଡିଆ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ବିବରଣୀ ଲେଖା ହେଲା ବେଳକୁ ସେମାନଙ୍କୁ ଉଦ୍ଧାର କରାଯାଇ ପାରିନାହିଁ।

- Advertisement -

କୋଏଲନଗର ବି ବ୍ଲକରେ ରହୁଥିବା ନୋଟାରୀ ବିଶ୍ୱଜିତ ମହାନ୍ତିଙ୍କର ଏକ ମାତ୍ର ପୁତ୍ର ହେଉଛନ୍ତି ସାଇ ସ୍ୱରୁପ। ସେ ଭୁବନେଶ୍ୱର ସି.ଭି. ରମଣ ଇଞ୍ଜିନିୟରିଂ କଲେଜରୁ ଡିଗ୍ରୀ ହାସଲ କରିଥିଲେ। ଉଇପ୍ରୋ କମ୍ପାନୀର ସେ କ୍ୟାମ୍ପସ ପାଇବା ସହିତ ନିଯୁକ୍ତି ପତ୍ର ପାଇଥିଲେ। ସେହିପରି କୋଏଲନଗରରେ ଡି ବ୍ଲକରେ ରହୁଥିବା ଅନିମେଶ ସିହ୍ନା ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ସହିତ କ୍ୟାମ୍ପସ ଚୟନରେ ସାମିଲ ହୋଇଥିଲେ। ସେମାନଙ୍କର ସହିତ ଯାଇଥିବା ଆଉ ଜଣେ ସାଙ୍ଗ ସୌରଭ ସିହ୍ନା କ୍ୟାମ୍ପସ ଚୟନରେ ମନୋନୀତ ହୋଇ ନିଯୁକ୍ତି ପତ୍ର ପାଇଥିଲେ। ସେମାନଙ୍କ ସହିତ ଥିବା ରାଉରକେଲାର ବିଭିନ୍ନ ଅଂଚଳରେ ରହୁଥିବା ଅନ୍ୟ ସାଙ୍ଗ ମଧ୍ୟ କ୍ୟାମ୍ପସ ଚୟନରେ ସାମିଲ ହୋଇଥିଲେ। ନିଯୁକ୍ତି ଓ କ୍ୟାମ୍ପସ ଚୟନକୁ ନେଇ ଖୁସି ମନାଇବା ସକାଶେ ସାଙ୍ଗମାନେ ଆଜି ଘରୁ ବାହାରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories