www.samajalive.in
Saturday, December 13, 2025
27.1 C
Bhubaneswar

ଦରମା ନ ମିଳିବା ଯାଏ କାମ ବନ୍ଦ

ରେଙ୍ଗାଲିକ୍ୟାମ୍ପ:  ଅତାବିରା ଗ୍ରାମ ପଞ୍ଚାୟତସ୍ତରୀୟ ଫେଡେରେଶନ ମିଶନ ଶକ୍ତି  ସଂଘ ପକ୍ଷରୁ ବୁଧବାର ଆନ୍ଦୋଳନ କରାଯାଇଛି । ଏ ନେଇ ଲିଖିତ ଭାବରେ ଅତାବିରା ବିଡିଓଙ୍କୁ ଦାବିପତ୍ର ଦିଆଯାଇଛି। ସୂଚନା ଅନୁସାରେ, ଦୀର୍ଘ ବାର ବର୍ଷ ଧରି ଅତାବିରା ବ୍ଲକ ସ୍ତରୀୟ ଗ୍ରାମ ପଞ୍ଚାୟତ କର୍ମଚାରୀମାନେ ସରକାରଙ୍କ ପ୍ରତ୍ୟେକ ଯୋଜନାରେ  କାର୍ଯ୍ୟ କରି ଆସୁଛନ୍ତି। କିନ୍ତୁ ଗତ ୬ ମାସ ହେଲା ତିନି ଜଣ କର୍ମଚାରୀଙ୍କ ଦରମା ମିଳିନାହିଁ । ଏ ଦିଗରେ ପଦକ୍ଷେପ ନେବା ପାଇଁ ସେମାନେ  ଉପଭୋକ୍ତା  ଅଧିକାରୀଙ୍କୁ ବାରମ୍ବାର ଜଣାଇବା ସହ ବିଭାଗୀୟ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବରେ ଦୃଷ୍ଟି ଆକର୍ଷଣ କରିଥିଲେ ।  ତେଣୁ ସଂଘ ପକ୍ଷରୁ ଦାବି ପୂରଣ ନ ହେବା ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ସମ୍ପାଦିକା ରୀନା ପଣ୍ଡା ଓ ସଭାନେତ୍ରୀ ଶାନ୍ତି ବେସନଙ୍କ ସମେତ ସମସ୍ତ କର୍ମୀ ଚେତାବନୀ ଦେଇଛନ୍ତି। ଦାବିପତ୍ର ନକଲ  ଓଏଲଏମ୍, ମିଶନ ଶକ୍ତି, ବିପିସି, ସିଡିପିଓ, ଜିଲ୍ଲାପାଳ, ଡିପିସି,  ଓଏଲଏମ୍ ସିଇଓ, ମିଶନ ଶକ୍ତି ଆୟୁକ୍ତ, ମିଶନ ଶକ୍ତି ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ପଠାଯାଇଛି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories