ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଚତୁର୍ଥ ଦିନରେ
କଣ୍ଟାବାଞ୍ଜି : ଭୂମିହୀନଙ୍କୁ ଗୃହ ଯୋଗାଇଦେବା ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଚତୁର୍ଥ ଦିନରେ ପହଞ୍ଚିଛି । ଆମ ଆଦମୀ ପାର୍ଟି ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ତେବେ ପ୍ରଶାସନ ତରଫରୁ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନି । ଅନ୍ୟପଟେ ଆପ୍ ନେତା ତଥା ଗଣଧାରଣାର ନେତୃତ୍ୱ ନେଉଥିବା ସୁରଥ ବେହେରା ପ୍ରଶାସନ ଉପରେ ଅଭିଯୋଗ କରିଛନ୍ତି କି ତହସିଲଦାର ଏହା ବିଜ୍ଞାପିତ ଅଞ୍ଚଳ ପରିଷଦ ବିଷୟ ବୋଲି ନିଜ ଉପରୁ ଦୋଷ ଛଡେଇ ହେଉଛନ୍ତି । କିନ୍ତୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି । ଏହି ଧାରଣାରେ ନଗର ସଭାପତି ବିଷ୍ଣୁ ପୁଞ୍ଜି, ବିଧାନସଭା ସମ୍ପାଦକ ହାଡ଼ୁ ଛତ୍ରିଆ, ସଭାନେତ୍ରୀ ସୁବର୍ଣ୍ଣ ଲତା ସାହୁ, ବିଧାନସଭା ଉପସଭାପତି ଡ଼ୋଲାମଣୀ ମହତ୍, ଖଗେଶ୍ୱର ଛତ୍ରିଆ, କପିରାଜ କୁମାର, ଆନନ୍ଦ ଘିଭେଲା, ଶ୍ରୀଧର ସେଠ ପ୍ରମୁଖ ଯୋଗଦେଇ ଥିଲେ ।
Comments are closed.