www.samajalive.in
Friday, December 5, 2025
26.1 C
Bhubaneswar

ଗୋଟିଏ ଦିନରେ ଦୁଇଟି ସ୍ଥାନରେ ବନ୍ଦ ପାଳନ

କଟକ: ଶନିବାର ଦିନ ରାଜ୍ୟର ଦୁଇଟି ସ୍ଥାନରେ ବନ୍ଦ ପାଳନ କରାଯାଇଛି । ଗୋଟିଏ ପଟେ ମୟୁରଭଞ୍ଜରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇ ଥିବା ବେଳେ ଅନ୍ୟପଟେ କଟକ ଜିଲା ସାଲେପୁରରେ ଦିନିକିଆ ବନ୍ଦ ପାଳନ କରାଯାଇଛି ।

ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘ ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଶନିବାର ମୟୁରଭଞ୍ଜରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଏହା ସହ ବାରିପଦା ଅର୍ବାନ ବ୍ୟାଙ୍କକୁ ପୁନଃ କାର୍ୟ୍ୟକ୍ରମ, ଲୋକଙ୍କ ଜମା ଟଙ୍କା ଫେରସ୍ତ ଏବଂ ଜିଲାକୁ ରେଳ ବିଭାଗର ଅବହେଳା ପରି ବିଭିନ୍ନ ଦାବି ନେଇ ବନ୍ଦ ଡାକରା ଦିଆଯାଇଥିଲା। ଜିଲାରେ ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇଯାଇଥିଲା।

- Advertisement -

ସେହିପରି କଟକ-ଚାନ୍ଦବାଲି ରାସ୍ତାର ନବୀକରଣ ଦାବିରେ ସାଲେପୁରରେ ଶନିବାର ଦିନ ଦିନିକିଆ ବନ୍ଦ ଡାକରା ଦିଆଯାଇଥିଲା। ରାସ୍ତା ନବୀକରଣ ସହ ଡ୍ରେନେଜ ବ୍ୟବସ୍ଥା ଏହିପରି ୭ ଦଫା ଦାବି ନେଇ ସ୍ଥାନୀୟ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। ସେମାନଙ୍କ ଅଭିଯୋଗ ଥିଲା ଯେ, ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଦାବି କରାଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠ ଗ୍ରହଣ କରାଯାଉନାହିଁ । ବିଭିନ୍ନ ସ୍କୁଲ, କଲେଜ ସହ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦକୁ ସମର୍ଥନ ଜଣାଇଛନ୍ତି ।  ଆନ୍ଦୋଳକାରୀମାନେ ମୁଖ୍ୟରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ସହରର ପୁଲିସ ଫୋର୍ସ ମୁତୟନ କରାଯାଇଛି ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories