www.samajalive.in
Friday, December 5, 2025
17.1 C
Bhubaneswar

କରୁଆମୁଣ୍ଡା ଗ୍ରାମ ପଞ୍ଚାୟତର ଚାଷୀମାନଙ୍କର ଗଣଧାରଣା

କଂଟାବାଂଜି : ଗତ ୨୦୧୯-୨୦ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମାର କୃଷି ବୀମାରାଶି ପାଇ ନ ଥିବା ଦାବିରେ ସ୍ଥାନୀୟ ତହସିଲ ଅଫିସ ସମ୍ମୁଖରେ ଚାଷିମାନେ ଗଣ ଧାରଣା ଦେଇଛନ୍ତି। ତୁରେକେଲା ବ୍ଲକ କରୁଆଁମୁଣ୍ଡା ପଂଚାୟତର ଚାଷୀମାନେ ବୀମା ରାଶି ପାଇ ନ ଥିବାରୁ ଲକ୍ଷଣ ବାଗଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଛି। ଏହି ଧାରଣା ପୂର୍ବରୁ ଚାଷୀମାନେ ତହସିଲଦାର ଅଶୋକ ମାଝୀ କଂଟାବାଂଜିଙ୍କୁ ବୀମା ରାଶି  ସେପ୍ଟେମ୍ବର ୧୭ତାରିଖ ସୁଦ୍ଧା ନ୍ୟାୟ ପ୍ରଦାନ ନ କଲେ ଆନ୍ଦୋଳନ ଧମକ ଦେଇଥିଲେ। ଏହି ପରିପ୍ରେକ୍ଷିରେ ପଂଚାୟତର ଚାଷୀମାନେ ବୀମା ରାଶି ପ୍ରଦାନ ଦାବି କରି ଗଣ ଧାରଣାରେ ସାମିଲ ଥିଲେ। ଏହି ଗଣ ଧାରଣାରେ ନୃପ ମାଝୀ, ଳକୁମର ପୁଟେଲ, ଜଗବନ୍ଧୁ ବନଛୋର ବିମଲ କୁମାର ଭାଟି ସହ ଅନ୍ୟମାନେ ସାମିଲ ଥିଲେ ପରେ ଭାଜପା ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହିତ ଆଗାମୀ ଦିନରେ ଆନ୍ଦୋଳନରେ ସାମିଲେ ହେବେ ବୋଲି ଚେତାବନୀ ଦେଇଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories