www.samajalive.in
Saturday, December 6, 2025
26.1 C
Bhubaneswar

କଣ୍ଟାବାଞ୍ଜି କୋଭିଡ କେୟାର ପୁନଃ ପ୍ରଚଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

କଂଟାବାଂଜି : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଠାରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ କୋଭିଡ କେୟାର ସେଣ୍ଟର ପୁନଃ କାର୍ଯ୍ୟକ୍ରମମ ଦାବି କରାଯାଇଛି। ଏହା ସହ କଣ୍ଟାବାଞ୍ଜି ହସ୍ପିଟାଲ ପଛପଟେ ଆଇ.ସି.ୟୁ ଉପସ୍ଥାପନ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ କଣ୍ଟାବାଞ୍ଜି ତହସିଲଦାରଙ୍କକ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି। ଆଜି କଣ୍ଟାବାଞ୍ଜି ସଚେତନ ନାଗରିକ ପକ୍ଷରୁ ଆବହକ ଡାକ୍ତର ସଞ୍ଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ନାଗରିକ ମଞ୍ଚର ସଦସ୍ୟ ଜିଲ୍ଲା ଭୂତପୂର୍ବ ସୈନିକ ସଂଘର ଉପସଭାପତି କାହ୍ନୁ ଚରଣ ମିଶ୍ର, ଆଇନଜୀବୀ ବ୍ରଜଶ୍ୟାମ ଗୁରୁ, ସଭ୍ୟା ମନୋରମା ରାଉତ, ମହାକାଳ ମହିଳା ଗୋଷ୍ଠୀ ସଭ୍ୟା ବେମଟି ପୁଟେଲ, ସାମ୍ବାଦିକ ମୋହନ ସୋନୀ, ଜୀବନାନନ୍ଦ ମହାନ୍ତି, କୃତିକର ବାଗ, ପ୍ରମୂଖ ତହସିଲଦାରଙ୍କୁ ଭେଟି କଣ୍ଟାବାଞ୍ଜି ଠାରେ କୋଭିଡ କେୟାର ସେଣ୍ଟର ଓ ଆଇ.ସି.ୟୁ ର ବ୍ୟବସ୍ଥା ଉପରେ ବିଶେଷ ଆଲୋଚନା କରିବା ସହ ଗରିବ, ଦାଦନ ପ୍ରବଣ ଓ ମାଓ ଅଧିନସ୍ଥ  ବଙ୍ଗୋମୁଣ୍ଡା, ତୁରେକେଲା, ଖପ୍ରାଖୋଲ ବାସିନ୍ଦା ଙ୍କ ପାଇଁ ଏହାର ଅବ୍ୟବସ୍ଥା ଉପରେ ଗୁରୁତ୍ୱରୋପ କରିଥିଲେ। କଣ୍ଟାବାଞ୍ଜି ତହସିଲଦାର ଅଶୋକ କୁମାର ମାଝୀ ଉକ୍ତ ଦାବିପତ୍ରକୁ ମୂଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ତୁରେକେଲା ବ୍ଲକ ଶେଷ ସୀମା ଜିଲ୍ଲା ମୂଖ୍ୟାଳୟରୁ ୧୩୦ କି.ମି. ପଡିବା ସହ ଏହି ମହାମାରୀ କଣ୍ଟାବାଞ୍ଜି ଅଞ୍ଚଳରେ ତାର କାୟା ବିସ୍ତାର କରିଥିବା ସମୟରେ କୋଭିଡ କେୟାର ସେଣ୍ଟରର ନିହାତି ପୁନଃ କାର୍ଯ୍ୟକ୍ଷମ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ବେଶ ଚର୍ଚ୍ଚା ଚାଲିଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories