www.samajalive.in
Saturday, December 6, 2025
15.1 C
Bhubaneswar

କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମିଳିତ ମଞ୍ଚ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ସଇନ୍ତଲା : କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ମାନଙ୍କ ମିଳିତ ମଞ୍ଚ ତରଫରୁ ସେପ୍ଟେମ୍ବର ୨୩କୁ ପ୍ରତିବାଦ ଦିବସ ରୂପେ ପାଳନ ପାଇଁ ସମଗ୍ର ଦେଶରେ ଡ଼ାକରା ଦିଆଯାଇଥିଲା। ଏହି ଆହ୍ୱାନ କ୍ରମେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ବଲାଙ୍ଗିର ଜିଲା ଶାଖା ତରଫ‘ରୁ ସଇନ୍ତଲା ଠାରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ୮ ପୃଷ୍ଠା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ଗୁଡ଼ିକ ହେଲା ବର୍ତ୍ତମାନ ମହାମାରୀ କରୋନା ସମୟରେ ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବାବେଳେ ପେଟ୍ରୋଲ, ଡ଼ିଜେଲ ସହିତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ଓ ବେରୋଜଗାରୀ ଉପରେ ଲଗାମ ଦିଆଯାଉ, କୃଷି ଓ କୃଷକ ବିରୋଧୀ କୃଷି ବିଲକୁ ପ୍ରତ୍ୟାହାର କରାଯାଇ କୃଷକଙ୍କ କଲ୍ୟାଣ ପାଇଁ କଲ୍ୟାଣ ପାଣ୍ଠି ଓ ପେନସନର ବ୍ୟବସ୍ଥା କରାଯାଉ,ଖାଦ୍ୟ ସୁରକ୍ଷା ଯୋଜନାରେ ତେଲ,ଲୁଣ,ଡ଼ାଲିକୁ ସାମିଲ କରାଯାଉ,ଶ୍ରମିକ ମାନଙ୍କର ସର୍ବନିମ୍ନ ଦରମା ମାସିକ ୨୧ ହଜାର ଟଙ୍କା କରାଯାଉ,କୋଭିଡ଼ ସମୟରେ ଦିଆଯାଉଥିବା ନିର୍ମାଣ ଶ୍ରମିକଙ୍କ ଭତ୍ତା ୧୫୦୦ଟକାଂ ଅଦ୍ୟାବଧି ବଣ୍ଟନ କରିବାରେ ଜିଲା ଓ ରାଜ୍ୟ ପ୍ରଶାସନ ସମ୍ପୂନ୍ନ ବିଫଳ ଦର୍ଶାଇ ଶ୍ରମିକଙ୍କୁ ତାଙ୍କ ପ୍ରାପ୍ୟ ତୁରନ୍ତ ପ୍ରଦାନ କରାଯାଉ। କୋଭିଡ଼ ସମୟରେ ଜୀବିକା ହରାଇଥିବା ସମସ୍ତ ଅଣ ସଂଗଠିତ ଶ୍ରମିକକୁ ମାସିକ ୭୫୦୦ ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାରେ ପ୍ରଦାନ କରାଯାଉ,ବୀମାଭୁକ୍ତ ଚାଷୀଙ୍କୁ ଟାଳଟୁଳ ନୀତି ଅବଲମ୍ବନ କରାନଯାଇ କ୍ଷୟକ୍ଷତି ହୋଇଥିବା ଚାଷୀକୁଂ ବୀମା ସହାୟତା ପ୍ରଦାନ କରାଯାଉ। ଏହା ସହିତ ମରୁଡ଼ି ଓ ବିଭିନ୍ନ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ଚାଷୀଙ୍କୁ ସହାୟତା ପ୍ରଦାନ କରିବା ଭଳି ଦାବିକୁ ନେଇ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସଇନ୍ତଲା ଶାଖା ପକ୍ଷରୁ ତହସିଲଦାର ସୁମନ କିଶୋର ଡ଼ୁଙ୍ଗଡ଼ୁଙ୍ଗଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯକ୍ରମରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ର ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ ,ଜିଲା ମଜଦୁର କଂଗ୍ରେସର ସଭାପତି କୃଷ୍ନଚନ୍ଦ୍ର ସାହୁ,ଜିଲା ସମ୍ପାଦକ ଚକାଚରଣ ମାଝୀ,ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଗଠନ ସଭାପତି ପ୍ରେମାନନ୍ଦ ଭୋଇ ,ବ୍ଲକ କଂଗ୍ରେସ ସଭାପତି ଗୁଣସାଗର ମାଝୀ, ସମିତି ସଭ୍ୟ ଦୀପକ ଅଗ୍ରୱାଲ, ଅନନ୍ତ କାଲସାଏ, ଚାଷୀ ନେତା ଉତ୍ତମ ପଟେଲ, ସତ୍ୟନାରାୟଣ ପଣ୍ଡା,ପ୍ରେମରାଜ ପଣ୍ଡା,ହିଜକ୍ଷ ନାଗ,ରୋହିତ ଜାନୀ ଙ୍କ ସମେତ ସଂଗଠନ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories