www.samajalive.in
Saturday, December 6, 2025
14.1 C
Bhubaneswar

ସ୍ଥାନୀୟ ବ୍ୟକ୍ତିଙ୍କୁ ଟୋଲ ଗେଟ୍ କର୍ମଚାରୀଙ୍କ ମାଡ ଘଟଣା; ଟୋଲ ଗେଟ୍ ଉଚ୍ଛେଦ ଦାବି ଆନ୍ଦୋଳନ

ବ୍ରଜରାଜନଗର: ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ଟୋଲ କର୍ମଚାରୀ ମାଡ଼ ମାରିବା ଘଟଣା ଆନ୍ଦୋଳନର ରୂପ ଧାରଣ କରିଛି। ଗୁରୁବାର ଗାନ୍ଧିଛକ ଟୋଲ ଗେଟରେ ଟୋଲ କର୍ମଚାରୀମାନେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ। ଏହାର ପ୍ରତିବାଦରେ ଆଜି ସ୍ଥାନୀୟଲୋକ ଟୋଲ ଗେଟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଟୋଲ ଗେଟକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଓ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ଆନ୍ଦୋଳନ ଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଟୋଲ ଗେଟର ଉଭୟ ପାର୍ଶ୍ବରେ ଭାରିଯାନ ଅଟକି ରହିଥିବା ବେଳେ ଯାତ୍ରୀବାହୀ ଗାଡି ଚଳାଚଳ ସ୍ୱାଭାବିକ ରହିଛି। ସେପଟେ ଜିଲା ପ୍ରଶାସନର ନିଷ୍ପତ୍ତିକୁ ଅମାନ୍ୟ କରି ଠିକା ସଂସ୍ଥା ପକ୍ଷରୁ ଆସନ୍ତା ୧ରୁ ସ୍ଥାନୀୟ ଗାଡି ଉପରେ କର ଆଦାୟର ଯୋଜନାକୁ ମଧ୍ୟ ଆନ୍ଦୋଳନକାରୀ ତୀବ୍ର ବିରୋଧ କରିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରୁ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଅପରପକ୍ଷେ ସ୍ଥାନୀୟ ଜନସାଧାରଣଙ୍କ ଦାବି ଗୁଡିକର ଶୀଘ୍ର ସମାଧାନ କରା ନ ଗଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ଉଗ୍ର ରୂପ ଧାରଣ କରିବା ବୋଲି ଚେତାବନୀ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories