ଭୁବନେଶ୍ୱର / କଟକ : ବାତ୍ୟା ‘ଫନି’କୁ ୧୦ ଦିନ ବିତିଯାଇଥିଲେ ଏପର୍ଯ୍ୟନ୍ତ ରାଜଧାନୀରେ ବିଦ୍ୟୁତ ସମସ୍ୟା ଦୂର ହୋଇନାହିଁ। ଭୁବନେଶ୍ୱରର ସାମନ୍ତରାପୁର ନୂଆଗାଁ ପେଟ୍ରୋଲ ପମ୍ପ ସମ୍ମୁଖରେ ରବିବାର ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିବା ଜଣାପଡ଼ିଛି। ଫଳରେ ଭୁବନେଶ୍ୱର-ପୁରୀ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଦୀର୍ଘ ୧୦ ଦିନ ହେବା ବିଦ୍ୟୁତ ସମସ୍ୟା ଦୂର ନହେବାରୁ ବିଦ୍ୟୁତ ସଂଯୋଗ ଦାବିରେ ରାସ୍ତାରୋକ କରିଥିବା ସୂଚନା ମିଳିଛି।
ସେହିଭଳି କଟକ ବାଙ୍କୀରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି। ବିଦ୍ୟୁତ ମିଳିନଥିବାରୁ ତାଳବସ୍ତ ପଞ୍ଚାୟତର ସାମନ୍ତରାପୁର ଓ ଚମ୍ପତିପୁର ଗ୍ରାମବାସୀ ରାସ୍ତାରୋକ କରିଥିବା ଜଣାପଡ଼ିଛି। ଗ୍ରାମବାସୀ ଚମ୍ପତିପୁର ଛକରେ ଖେର୍ଦ୍ଧା-ତାଳବସ୍ତର ମୁଖ୍ୟରାସ୍ତା ଅବରୋଧ କରିଛନ୍ତି। ତେଣୁ ଏହି ରାସ୍ତାରେ ଗାଡ଼ିଚଳାଚଳରେ ବାଧାପ୍ରାପ୍ତ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୋକକୁ ହଟାଇବାକୁ ଲୋକଙ୍କୁ ବୁଝାସୁଝା କରୁଛି।
ବିଜୁଳି ପାଇଁ ରାସ୍ତାରୋକ
Popular Categories



