ଜଗତସିଂହପୁର : ସାମୁଦ୍ରିକ ଛଡ଼ ଫନିର ତାଣ୍ଡବକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ ସମସ୍ୟା ଦୂର ନହେବାରୁ ଜଗତସିଂହପୁରର ଜନ୍ଦରପୁର-ମାଛଗାଁ ଡ଼ିହସାହିରେ କାଦୁଅପଡ଼ା ଗ୍ରାମବାସୀ ରାସ୍ତାରୋକ କରିଥିବା ଜଣାପଡ଼ିଛି। ତୁରନ୍ତ ବିଦ୍ୟୁତ ସଂଯୋଗ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି। ରାସ୍ତାରୋକ ଫଳରେ ଉକ୍ତସ୍ଥାନରେ ଗାଡ଼ି ଚଳାଚଳରେ ବାଧାପ୍ରାପ୍ତ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତରୋକୁ ହଟାଇବାକୁ ଲୋକଙ୍କୁ ବୁଝାସୁଝା କରୁଛି।
Popular Categories



