www.samajalive.in
Saturday, December 6, 2025
16.1 C
Bhubaneswar

ପଶ୍ଚିମ ଓଡ଼ିଶାର ୧୧ଟି ଜିଲାରେ ବନ୍ଦ ପାଳନ

ବଲାଙ୍ଗୀର/ଅନୁଗୁଳ/ଝାରସୁଗୁଡ଼ା : ପଶ୍ଚିମ ଓଡ଼ିଶାର ୧୧ଟି ଜିଲାରେ ବନ୍ଦ ପାଳନ କରାଯାଉଛି। ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ବଲାଙ୍ଗୀର କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ଏହି ବନ୍ଦ ପାଳନ ହେଉଥିବା ବେଳେ ଏହାକୁ ସଫଳ କରିବା ପାଇଁ ବିଭିନ୍ନ ସଙ୍ଗଠନ ଲାଗି ପଡ଼ିଛନ୍ତି।
ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ ଚାଲିବ ବୋଲି ସୂଚନା ମିଳିଛି। ସୋମବାର ସକାଳୁ ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ପିକେଟିଂ କରିଛନ୍ତି। ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ବନ୍ଦରରେ ସାମିଲ ହେବା ଲାଗି ଆନ୍ଦୋଳନକାରୀ ଆହ୍ୱାନ ଦେଇଛନ୍ତି।
ସେହିପରି ଝାରସୁଗୁଡ଼ାରେ ମଧ୍ୟ ଏହି ବନ୍ଦ ପାଳନ ହେଉଛି। ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ବସ ଚଳାଚଳ ବନ୍ଦ ରହିଛି। ରେଲୱେ ଷ୍ଟେସନ ଛକ ନିକଟରେ ଆନ୍ଦୋଳନକାରୀମାନେ ଆନ୍ଦୋଳନ ଚଳାଇଛନ୍ତି। ତେବେ ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଛି। ବସ ଚଳାଚଳ ହେଉନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହରର ବେହେରାମାଲ ଛକ, ବସ ଷ୍ଟାଣ୍ଡ, ରେଳ ଷ୍ଟେସନ , ବାଇପାସ ଛକ, ବଡ଼ମାଲ ଛକ, ତାଳପଟିଆ ଛକ ଆଦି ସ୍ଥାନରେ ଆନ୍ଦୋଳନକାରୀମାନେ ପିକେଟିଂ କରୁଥିବାରୁ ରାସ୍ତାର ଉଭୟ ପାର୍ଶ୍ଵରେ ପରିବହନ ଟ୍ରକ ଅଟକି ରହିଛି।

- Advertisement -

ଅନୁଗୁଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ମଧ୍ୟ ଏହି ବନ୍ଦ ପାଳନ କରାଯାଉଛି। ଆଠମଲ୍ଲିକର ବିଭିନ୍ନ ସ୍ଥାନକୁ ଗାଡି ଚଳାଚଳ ବନ୍ଦ ରହିଛି। ବିଭିନ୍ନ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories