ଗାଁକୁ ରାସ୍ତା ନାହିଁ- ଷ୍ଟ୍ରେଚରରେ ବୁହା ହେଲେ ପ୍ରସବ ପୀଡିତା
ଭବାନୀପାଟଣା : ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ କାଣିଗୁମା ଗ୍ରାମପଞ୍ଚାୟତରେ ଯାତାୟାତ ସୁବିଧା ନଥିବାରୁ ଗ୍ରାମବାସୀମାନେ ପ୍ରସବ ପୀଡିତା ମହିଳାଙ୍କୁ ୧୨ କିଲେମିଟର ଷ୍ଟ୍ରେଚରରେ ବୋହି ଡାକ୍ତରଖାନା ନେଇଛନ୍ତି । ସୂଚନା ଅନୁଯାୟୀ ନେହେଲାର ସାଇବନି ଗୌଡଙ୍କୁ ପ୍ରସବ ବେଦନା ହେବାରୁ ସ୍ୱାମୀ ହୋଇଚୂନ ଗୌଡ ଓ ଗ୍ରାମବାସୀଙ୍କ ସହଯୋଗରେ ତାଙ୍କୁ ଷ୍ଟ୍ରେଚରେ ବୋହିବୋହି ନେଇଥିଲେ । ପରେ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଥୁଆମୂଳ ରାମପୁର ବ୍ଳକରେ ଏହି ଦୁର୍ଗମ ଗ୍ରାମରେ ଯାତାୟତ ସୁବିଧା ନଥିବାରୁ ଗ୍ରାମବାସୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ରାଜନେତା ଓ କର୍ମଚାରୀଙ୍କ ଦୂରଦୃଷ୍ଟି ଅଭାବ ରହିଥିବା ଯୋଗୁଁ ଲୋକମାନେ ହଇରାଣ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
Comments are closed.