ପଥର ମାଡ କରୁଥିବା କାଶ୍ମୀର ଯୁବକଙ୍କ ଉପରେ ଜିପ୍‌ ମାଡିଯିବା ଘଟଣା

0

ଶ୍ରୀନଗର:  ଶ୍ରୀନଗରରେ  ସିଆରପିଏଫ୍‌ର ଏକ ଜିପ୍‌କୁ ଘେରିଯାଇ ପଥର ମାଡ କରିବା ଘଟଣା । ଏଥିରେ ଥିବା ଡ୍ରାଇଭର୍‌ ତରବରରେ ଗାଡି ଚଳାଇବା ଯୋଗୁଁ ଜଣେ ପଥର ଫିଙ୍ଗାଳୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଜମ୍ମୁ କଶ୍ମୀର ପୁଲିସ ସମ୍ପୃକ୍ତ ଡ୍ରାଇଭରଙ୍କ ନାମରେ ମାମଲା ରୁଜୁ କରିଛି ।  ଭାରତୀୟ ପିଙ୍ଗଳ ଧାରା ୩୦୭(ହତ୍ୟା ଉଦ୍ୟମ ),୧୪୮ ଦଙ୍ଗା କରିବା, ୨୭୯ (ଖରାପ ଗାଡି ଚାଳନା) ଅନୁସାରେ ମାମଲା ରୁଜୁ କରାଯାଇଛି ।

ଶୁକ୍ରବାରରେ ଏକ ସିଆରପିଏପ୍‌ ଜିପ୍‌ ଲୋକଙ୍କ ଗହଳି ଭିତର ଦେଇ ଆସୁଥିଲା । ଏତିକି ବେଳେ ଦଙ୍ଗାକାରୀ କାଶ୍ମୀର ଯୁବକମାନେ ଘେରିଯାଇ ଜିପ୍‌କୁ କାଠରେ  ପିଟିବା ସହ ପଥର ମାଡ କରିଥିଲେ । ଡ୍ରାଇଭର ଏମାନଙ୍କ କବଳରୁ ମୁକ୍ତିପାଇବା ପାଇଁ ଜୋରରେ ଗାଡି ଚଳାଇବାବେଳେ ଗାଡି ତଳେ ଜଣେ ଫଥର ଫିଙ୍ଗାଳି ଆସିଯିବାରୁ ଗୁରୁତର ହୋଇଥିବା ବେଳେ ଗୁରୁତର ହୋଇଥିଲେ । ଡାକ୍ତରଖାନାରେ ଚକିତ୍ସାଧୀନ  ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି ।

Leave A Reply