www.samajalive.in
Saturday, December 6, 2025
26.1 C
Bhubaneswar

ଷ୍ଟକ୍‌ ମାର୍କେଟ ଧରାଶାୟୀ

-ନିବେଶକ ହରାଇଲେଣି ସାଢ଼େ ୮ଲକ୍ଷ କୋଟି
-୫ ଦିନରେ ୧୭୮୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ  : ବିଶ୍ୱ ପୁଞ୍ଜି ବଜାରରେ ଲାଗିରହିଥିବା ମାନ୍ଦାବସ୍ଥାର ପ୍ରଭାବ ଘରୋଇ ବଜାରରେ ପରିଲକ୍ଷିତ ହେଉଛି। କ୍ରମାଗତ ଭାବେ ୫ମ ଦିନ ପାଇଁ ପୁଞ୍ଜି ବଜାରରେ ହ୍ରାସ ଧାରା ଜାରି ରହିଛି। ଏଥିଯୋଗୁ ଘରୋଇ ଷ୍ଟକ ବଜାର ଧରାଶାୟୀ ହେବାରେ ଲାଗିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ଜାରି ରହିଥିବା ହ୍ରାସକୁ ନେଇ ଏବେ ଆତଙ୍କିତ ହେଲେଣିି ନିବେଶକ। ଇତି ମଧ୍ୟରେ ନିବେଶକମାନେ ପ୍ରାୟ ୮.୫ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଆଜି ସେନ୍‍ସେକ୍ସରେ ପୁନର୍ବାର ହୋଇଥିବା ୫୦୦ ପଏଣ୍ଟରୁ ଅଧିକ ହ୍ରାସ ବଜାରକୁ ଅଧିକ ବିପଦକୁ ଠେଲି ଦେଇଛି। ଆଜିର କାରବାରରେ ଅଟୋ ଏବଂ ବ୍ୟାଙ୍କିଙ୍ଗ୍‍ କ୍ଷେତ୍ରର ଷ୍ଟକ ମୂଲ୍ୟରେ ଅଧିକ ହ୍ରାସ ଯୋଗୁ ପୁଞ୍ଜି ବଜାର ବିଶେଷ ଭାବେ ପ୍ରଭାବିତ ହୋଇଛି।
ମଙ୍ଗଳବାର କାରବାର ଶେଷ ବେଳକୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ୫୩୬ (୫୩୬.୫୮ )ପଏଣ୍ଟ ହ୍ରାସ ଘଟି ୩୬,୩୦୫.୦୨ ପଏଣ୍ଟରେ ବନ୍ଦ ହୋଇଛି। ଚଳିତବର୍ଷ
ଫେବୃଆରୀ ପରେ ଗୋଟିଏ ଦିନରେ ସେନ୍‍ସେକ୍ସରେ ଏହା ଅନ୍ୟତମ ବୃହତ୍‍ ହ୍ରାସ। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୧୬୮.୨୦ ପଏଣ୍ଟ ହ୍ରାସ ଘଟି ୧୦,୯୭୪.୯୦ ପଏଣ୍ଟରେ ବନ୍ଦ ହୋଇଛି। ଫଳରେ ଏହା ୧୧,୦୦୦ ପଏଣ୍ଟ ତଳକୁ ଖସିଆସିଛି। ଗତ ୫ କାରବାର ଦିବସରେ ସେନ୍‍ସେକ୍ସରେ ୧୭୮୫.୬୨ ପଏଣ୍ଟ ହ୍ରାସ ଘଟିଛି। ବ୍ରୋକରଙ୍କ ମତରେ
ଦେଶରେ ସରକାର ପାଇଁ ଲିକ୍ୟୁଡିଟି ଚିନ୍ତା ଘନେଇବା ଏବଂ ଆମେରିକା ସହ ପ୍ରସ୍ତାବିତ ବାଣିଜ୍ୟ ଆଲୋଚନାକୁ ଚାଇନା ଏଡାଇବା ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ବଜାର କାରବାରକୁ ପ୍ରଭାବିତ କରିଛି। ଏହାକୁ ନେଇ ନିବେଶକମାନେ ସତର୍କତା ଅବଲମ୍ବନ କରିବା ଫଳରେ ପୁଞ୍ଜି ବଜାରରେ ହ୍ରାସ ଘଟିଛି। ସରକାରଙ୍କ ପକ୍ଷରୁ ଆଶ୍ୱାସନା ଦିଆଯିବା ସତ୍ତ୍ବେ ନିବେଶକମାନେ ବଜାରଠାରୁ ଦୂରେଇ ରହିଛନ୍ତି। ଏପରିକି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ ଆଜି ଅଣ ବ୍ୟାଙ୍କିଙ୍ଗ୍‍ ଆର୍ଥିକ କମ୍ପାନୀ ଏବଂ ମ୍ୟୁଚୁଆଲ୍‍ ଫଣ୍ଡ୍‍ଗୁଡିକ ଲାଗି ପର୍ଯ୍ୟାପ୍ତ ଲିକ୍ୟୁଡିଟି ପ୍ରବାହ କରିବାକୁ ୍ରଆଶ୍ୱାସନା ଦେବାର ପ୍ରଭାବ ଘରୋଇ ପୁଞ୍ଜି ବଜାର ଉପରେ କୌଣସି ପ୍ରକାର ପ୍ରତିଫଳିତ ହୋଇନାହିଁ। ନିବେଶକଙ୍କ ସମ୍ପତ୍ତିରେ ୮.୫ ଲକ୍ଷ କୋଟି ଟଙ୍କା ହ୍ରାସ ଘଟିଛି। ଆଜିର କାରବାରରେ ୩୦ ସେୟାର ବିଶିଷ୍ଟ ସେନ୍‍ସେକ୍ସର ୨୪ଟି ଷ୍ଟକ ମୂଲ୍ୟରେ ହ୍ରାସ ଘଟିଛି। ତେବେ ସୋମବାର କାରବାରରେ ବ୍ୟାଙ୍କିଙ୍ଗ୍‍, ଆଇଟି , ରିଅଲ୍ଟି ,ଅଟୋ ,ଭିତ୍ତିଭୂମି, ଟେଲିକମ୍‍, ସ୍ୱାସ୍ଥ୍ୟ ସେବା ଏବଂ ଏଫ୍‍ଏମ୍‍ସିଜି ଆଦି କ୍ଷେତ୍ରର କାରବାରରେ ବିଶେଷ ହ୍ରାସ ଘଟିଥିଲା। ଆଜି ୟୁରୋପୀୟ ସମେତ ଏସୀୟ ବଜାରରେ କାରବାର ଭଲ ରହି ନ ଥିଲା।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories