www.samajalive.in
Sunday, December 7, 2025
14.1 C
Bhubaneswar

ବିବାହ କଲେ ଷ୍ଟିଭେନ ସ୍ମିଥ୍

ସିଡ୍ନୀ : ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଷ୍ଟିଭେନ ସ୍ମିଥ୍ ଶନିବାର ତାଙ୍କର ଦୀର୍ଘଦିନର ବାନ୍ଧବୀ ଡାନି ୱିଲିସଙ୍କୁ ବିବାହ କରିଛନ୍ତି। ୨୦୧୧ରେ ଅଷ୍ଟ୍ରେଲିଆରେ ବିଗ୍ ବାସ୍ ଟ୍ୱେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣ ଚାଲିଥିବାବେଳେ ସ୍ମିଥ୍ ଓ ଡାନି ପରସ୍ପରକୁ ଭେଟିଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢିଉଠିଥିଲା। ୨୯ ବର୍ଷୀୟ ସ୍ମିଥ୍ ୨୦୧୭ରେ ଡାନିଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଚଳିତବର୍ଷ ମାର୍ଚ୍ଚରେ କେପ୍ଟାଉନଠାରେ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳୁଥିବାବେଳେ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟସମ୍ୟାନ କାମେରୁନ ବାନ୍କ୍ରଫ୍ଟ ବଲ ଟାମ୍ପରିଂ ଅଭିଯୋଗରେ ଧରାପଡିଥିଲେ। ଅଧିନାୟକ ସ୍ମିଥ୍ ଓ ଉପଅଧିନାୟକ ଡେଭିଡ ୱାର୍ଣ୍ଣର ଏହି ଅଭିଯୋଗକୁ ସ୍ୱୀକାର କରିଥିଲେ। ଫଳରେ ଆଇସିସି କର୍ତ୍ତୃପକ୍ଷ ସ୍ମିଥ୍ ଓ ୱାର୍ଣ୍ଣରଙ୍କୁ ଏକ ବର୍ଷ ଲେଖାଏଁ ଓ ବାନ୍କ୍ରଫ୍ଟଙ୍କୁ ୯ ମାସ ପାଇଁ ବାସନ୍ଦ କରିଥିଲେ। ଆନ୍ତର୍ଜାତିକ କ୍ରିକେଟରୁ ବାସନ୍ଦ ହେବାପରେ ସ୍ମିଥ୍ ବର୍ତ୍ତମାନ ବିଭିନ୍ନ ରାଷ୍ଟ୍ରରେ ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି। ସ୍ମିଥ୍ ୬୪ଟି ଟେଷ୍ଟ ଓ ୧୦୮ଟି ଦିନିକିଆ ଖେଳିସାରିଛନ୍ତି। ୨୦୧୫ ଆସେସ ସିରିଜ ପରେ ମାଇକେଲ କ୍ଲାର୍କ ଅବସର ନେବାରୁ ସ୍ମିଥ୍ ଅଷ୍ଟ୍ରେଲିଆ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories