www.samajalive.in
Saturday, December 6, 2025
26.1 C
Bhubaneswar

ଗୋଳାବନ୍ଧରୁ ନକଲି ଡାକ୍ତର ଗିରଫ 

ଗୋପାଳପୁର:  ଗୋପାଳପୁର ପୁଲିସ ଜଣେ ନକଲି ଡାକ୍ତରକୁ ଗିରଫ କରି କୋର୍ଟ ଚାଲାଣ କରିଛି।  ଗିରଫ ଅଭିଯୁକ୍ତ ଜଣକ ଗୋଳାବନ୍ଧର ଅନିଲ କୁମାର ସାହୁ ବୋଲି ଜଣାପଡିଛି। ସୂଚନା ଅନୁସାରେ ଗୋଳାବନ୍ଧ ଛକରେ ଦୀର୍ଘ ବର୍ଷ ଧରି ସାହୁ ଏଣ୍ଡ ସାହୁ ମେଡ଼ିସିନ ଷ୍ଟୋର କରି ଏମ ବି ବି ଏସ ଡାକ୍ତର ନାମ ଫଳକ ଲଗାଇ ଲୋକଙ୍କୁ ଚିକିତ୍ସା କରିବା ସହ ଔଷଧ ଦେଉଥିବା ପୁଲିସକୁ ସୂଚନା ମିଳିଥିଲା । ଗତକାଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ଏକ ଟିମ ସହ ସେଠାକୁ ଯାଇ ପଚରା ଉଚରା କରିବା ସହ ନଥିପତ୍ର ମାଗିଥିଲେ । କିନ୍ତୁ ସଠିକ ନଥିବା ଜାଣିବାକୁ ପାଇଥିଲେ । ସେଠାରୁ ନଥିପତ୍ର,ବିପି ମାପିବା ଯନ୍ତ୍ର,ପେଡ଼,ଡାକ୍ତର ଲେଖା ଯାଇଥିବା ନାମ ଫଳକ,ସାଲାଇନ ଷ୍ଟାଣ୍ଡ ଆଦି ଜବତ କରାଯାଇଛି। କରାପଲ୍ଲୀ ସମେତ ବକ୍ସିପଲୀ,ବିକ୍ରମପୁର,ନୁଆ ଗୋଳନବନ୍ଧ ସହ ବିଭିନ୍ନ ଗାଁ ରେ ଚଢ଼ାଉ କରି ନକଲି ଡାକ୍ତର ଗିରଫ କରିବାକୁ ସାଧାରଣରେ ଦାବି ହେଉଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories