www.samajalive.in
Sunday, December 7, 2025
14.1 C
Bhubaneswar

ପହଲଗାମ୍‌ ହମଲା: ଆଜି ଦିଲ୍ଲୀରେ ବସିବ ସୁରକ୍ଷା ବୈଠକ

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ଆତଙ୍କୀ ହମଲା  ଘଟଣାରେ ଅନନ୍ତନାଗ ପୁଲିସ୍ ହେଲ୍ପଲାଇନ୍ ନମ୍ବର ଜାରି କରିଛି। ହେଲ୍ପଲାଇନ୍ ନଂ ୯୫୯୬୭୭୭୬୬୯/୦୧୯୩୨୨୨୫୮୭୦। ଏନଆଇଏ ଏହି ଘଟଣାର ତଦନ୍ତ କରିବ। ଆଜି ଏନଆଇଏ ଟିମ୍ ତଦନ୍ତ ପାଇଁ ପହଲଗାମ୍‌ ରେ ପହଞ୍ଚିବା ନେଇ ସୂଚନା ରହିଛି। ସୂଚନା ମୂତାବକ ମଙ୍ଗଳବାର ଆତଙ୍କବାଦୀମାନେ ବର୍ବରୋଚିତ ଆକ୍ରମଣ କରିଥିଲେ। ଗ୍ରୀଷ୍ମଛୁଟି କଟାଇବାକୁ ଯାଇ କାଶ୍ମୀରର ଅନ୍ୟତମ ନୈସର୍ଗିକ ଭରା ପର୍ଯ୍ୟଟନ ସ୍ଥଳ ପହଲଗାଓଁରେ ବୁଲୁଥିବାବେଳେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଭାରତ ଶାଖା ସଂଗଠନ ଦ ରେଜିଷ୍ଟାନ୍ସ ଫୋର୍ସ କାପୁରୁଷଙ୍କ ଭଳି ସେନା ଓ ପୁଲିସ ପୋଷାକର ଛଦ୍ମବେଶରେ ଆସି ନୀରିହ ପର୍ଯ୍ୟଟକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଛନ୍ତି। ମଙ୍ଗଳବାର ଆତଙ୍କବାଦୀ ଏହି ଆକ୍ରମଣରେ ୨୭ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଆହତ ୧୦ ଜଣଙ୍କୁ ହେଲିକପ୍ଟର ଯୋଗେ ସେନା ଓ ପୁଲିସ କର୍ମୀ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ଦୁଇ ବିଦେଶୀ ପର୍ଯ୍ୟଟକ ଆର୍ଜେଣ୍ଟିନା ଓ ଇଟାଲୀର ଥିବା ଜଣାପଡିଛି। ସେପଟେ ଆଜି ଦିଲ୍ଲୀରେ ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ୍ ବୈଠକ ବସିବ । ଆତଙ୍କୀ ହମଲା ପରେ ପ୍ରଧାନମନ୍ତ୍ରୀ ଏହି ବୈଠକ ଡକାଇଛନ୍ତି। ହମଲା ବିରୋଧରେ କଠୋର ପଦକ୍ଷେପ ନିଆଯାଇପାରେ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories