www.samajalive.in
Saturday, December 6, 2025
26.1 C
Bhubaneswar

କେନ୍ଦ୍ରୀୟ ବିଦ୍ୟାଳୟରେ ଅଧୀକ୍ଷକ ପରୀକ୍ଷା: ନକଲି ପ୍ରାର୍ଥୀ ସହ କିଙ୍ଗପିନ ଗିରଫ

ଦେହରାଡୁନ୍: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପକ୍ଷରୁ ରବିବାର ଓଏନଜିସି କେନ୍ଦ୍ରୀୟ ବିଦ୍ୟାଳୟରେ ଅଧୀକ୍ଷକ ପଦବୀରେ ନିଯୁକ୍ତି ପାଇଁ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷାର ଜଣେ ନକଲି ପ୍ରାର୍ଥୀ ଏବଂ କିଙ୍ଗପିନକୁ ପୁଲିସ ଗିରଫ କରିଛି। ସିବିଏସ୍ଇ ଅଧିକାରୀଙ୍କ ଅଭିଯୋଗ ଅନୁଯାୟୀ ଝାଡ଼ଖଣ୍ଡ ଧନବାଦର ଗୌତମ କୁମାର ପାସୱାନ(୩୬)ଙ୍କ ପାଇଁ ବିହାରର ରୋହଟା ଜିଲାର ବାସିନ୍ଦା ଆୟୁଷ କୁମାର ପରୀକ୍ଷା ଦେଇଥିଲେ।
ପଚରାଉଚରା ବେଳେ ଆୟୁଷ ପ୍ରକାଶ କରିଛନ୍ତି ଯେ ବିହାରର ନାଲଣ୍ଡା ଜିଲାର ରାଜଗିରି ନିବାସୀ ପ୍ରଣବ କୁମାର ନକଲି ପ୍ରାର୍ଥୀ ଭାବେ ପରୀକ୍ଷା ଦେଲେ ତାଙ୍କୁ  ଟଙ୍କା ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ପ୍ରଣବ କୁମାରଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ସିବିଏସ୍ଇ ଅଧିକାରୀମାନେ ସନ୍ଧ୍ୟା ସିଫ୍ଟରେ ଆସିଥିବା ଜଣେ ପ୍ରାର୍ଥୀଙ୍କ ବାୟୋମେଟ୍ରିକ୍ ଯାଞ୍ଚରେ ମେଳ ଖାଉ ନ ଥିବା ଲକ୍ଷ୍ୟ କରିଥିଲେ। ଏହା ସନ୍ଦେହଜନକ ହୋଇ ସେମାନେ ତାଙ୍କ ରେକର୍ଡ ଯାଞ୍ଚ କରିଥିଲେ ଏବଂ ମାମଲା ସାମ୍ନାକୁ ଆସିଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories