www.samajalive.in
Saturday, December 6, 2025
15.1 C
Bhubaneswar

ଏପ୍ରିଲରେ ଇସ୍ପାତ ଉତ୍ପାଦନ ବଢ଼ାଇଲା ଭାରତ: ପଛରେ ପଡିଲେ ଚୀନ୍, ଆମେରିକା, ଜାପାନ ଓ ଋଷ୍

ନୂଆଦିଲ୍ଲୀ : ବିଶ୍ବର ଶ୍ରେଷ୍ଠ ୫ ଇସ୍ପାତ ଉତ୍ପାଦକଙ୍କ ମଧ୍ୟରେ ଭାରତ ଏପ୍ରିଲରେ ସର୍ବାଧିକ ଉତ୍ପାଦନ କରିଛି। ଅନ୍ୟପକ୍ଷରେ ଅନ୍ୟମାନଙ୍କର ୭% ଉତ୍ପାଦନ କମିଛି। ବିଶ୍ବର ସର୍ବବୃହତ୍‌ ଇସ୍ପାତ ଉତ୍ପାଦକ ଚୀନ୍‌ର ଉତ୍ପାଦନ ବାର୍ଷିକ ୭% (୮.୫୯ କୋଟି ଟନ୍‌) କମିଯାଇଛି। ବିଶ୍ବ ଇସ୍ପାତ ସଂଗଠନର ସୂଚନା ଅନୁଯାୟୀ, ଚଳିତବର୍ଷ ଜାନୁଆରୀରୁ ଏପ୍ରିଲ ମଧ୍ୟରେ ଚୀନ୍‌ର ଉତ୍ପାଦନ ୩୪.୩୭ କୋଟି ଟନ୍‌ ହୋଇଥିଲା, ଯାହା ଗତବର୍ଷ ତୁଳନାରେ ୩% କମ୍‌। ବିଶ୍ବର ଦ୍ବିତୀୟ ସର୍ବାଧିକ ଉତ୍ପାଦକ ଭାରତର ଉତ୍ପାଦନ ଏପ୍ରିଲରେ ୩.୬% (୧.୨୧ କୋଟି ଟନ୍‌) ବଢ଼ିଥିବା ବେଳେ ଚଳିତବର୍ଷ ଜାନୁଆରୀରୁ ଏପ୍ରିଲ ମଧ୍ୟରେ ୮.୫% (୪.୯୫ କୋଟି ଟନ୍‌) ଅଧିକ ଉତ୍ପାଦନ ହୋଇଥିଲା। ଏଥିସହ ଜାପାନ, ଆମେରିକା ଓ ଋଷର ଇସ୍ପାତ ଉତ୍ପାଦନ ବାର୍ଷିକ ହାରରେ ୨ରୁ ୬% ପର୍ଯ୍ୟନ୍ତ ହ୍ରାସ ହୋଇଛି। ଭାରତକୁ ଛାଡ଼ି ଅନ୍ୟ ୪ଟି ସର୍ବାଧିକ ଉତ୍ପାଦକ ଦେଶର ଉତ୍ପାଦନ ଗତବର୍ଷ ତୁଳନାରେ କମିଛି।

ଭାରତରେ ଇସ୍ପାତ ଚାହିଦା ବଢ଼ୁଥିବା ବେଳେ ବୈଶ୍ବିକ ଚାହିଦା ବଢ଼ିବା ଅପେକ୍ଷାରେ ରହିଛି। ବର୍ଦ୍ଧିତ ସୁଧ ହାର ଓ ମୁଦ୍ରାସ୍ଫୀତି ପାଶ୍ଚାତ୍ୟରେ ଇସ୍ପାତ ଚାହିଦାକୁ କମାଇଛି। ୨୦୨୩ରେ ଅଶୋଧିତ ଇସ୍ପାତ ଉତ୍ତୋଳନର ବୃଦ୍ଧି ସ୍ଥିର ଥିବାବେଳେ ୨୦୨୪ରେ ଏହା ବଢ଼ିବା ସମ୍ଭାବନା ରହିଛି। ଦେଶରେ ଇସ୍ପାତ ଆମଦାନୀ ବଢ଼ିଥିବାରୁ ମାର୍ଚ୍ଚ ତ୍ରୟମାସରେ ଭାରତର ଇସ୍ପାତ ଉତ୍ପାଦକଙ୍କ ବିକ୍ରି ମୂଲ୍ୟ ପ୍ରଭାବିତ ହୋଇଛି। ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଭାରତ ଚୀନ୍‌ରୁ ୬୦୦,୦୦୦ ଟନ୍‌ ଇସ୍ପାତ ଆମଦାନୀ କରିଛି, ଯାହା ଗତବର୍ଷ ତୁଳନାରେ ୬୦% ଅଧିକ। ତେବେ ଚାହିଦା ନ ଥିବାରୁ ବିଶ୍ବରେ ଇସ୍ପାତ ମୂଲ୍ୟ କମ୍‌ ରହିଛି। ଫଳରେ ଭାରତରେ ମଧ୍ୟ ମୂଲ୍ୟ କମ୍‌ ରହିଛି, ଯାହା ଇସ୍ପାତ କାରଖାନା ପାଇଁ ଶୁଭସଙ୍କେତ ନୁହେଁ ବୋଲି ବିଶେଷଜ୍ଞ କହିଛନ୍ତି। ତେବେ ନିକଟ ସପ୍ତାହରୁ ବିଶ୍ବରେ ଇସ୍ପାତ ମୂଲ୍ୟ ବଢ଼ିବା ସମ୍ଭାବନା ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories